ଭୁବନେଶ୍ବର: ସୋମବାର ରାଜ୍ୟ ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟ ବଜେଟରେ ପରିବହନ ବିଭାଗ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଥିବା ସମସ୍ତ ରାଜ୍ୟ ରାଜପଥଗୁଡ଼ିକୁ ୪ ଲେନ୍ ବିଶିଷ୍ଟ କରାଯିବ । ଏହା ସହିତ ନୂଆ କରି ୩ ହଜାର କିଲୋମିଟର ରାସ୍ତା ନିର୍ମାଣ ହେବ । ଏଥିପାଇଁ ୬ ହଜାର ୫୦୨ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ: ବଜେଟ୍ ୨୦୨୫-୨୬: କୃଷି ପାଇଁ ୩୭,୮୩୮ କୋଟି ଟଙ୍କାର ବ୍ୟୟବରାଦ
ଭୁବନେଶ୍ବରରେ ଯାନବାହାନ ଭିଡ଼ ରୋକିବାକୁ ୧୩ ହଜାର କୋଟି ବ୍ୟୟ ବରାଦ କରାଯାଇଛି । ସେହିପରି ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନଏଚଏଆଇ) ଭଳି ଓଡ଼ିଶା ରାଜ୍ୟ ପ୍ରାଧିକରଣ ସଡ଼କ ସଂସ୍ଥା ଗଠନ କରାଯିବ । ଗ୍ରାମୀଣ ପରିବହନ ବ୍ୟବସ୍ଥା ଲାଗି ମୁଖ୍ୟମନ୍ତ୍ରୀ ପରିବହନ ଯୋଜନା କାର୍ଯ୍ୟକାରୀ ହେବ । ଏହି ଯୋଜନା ପାଇଁ ୧ ହଜାର ୮୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏଥିପାଇଁ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟି ପ୍ରସ୍ତୁତି ହୋଇଛି ।
ସେହିପରି, ସୁରକ୍ଷିତ ପରିବହନ ବ୍ୟବସ୍ଥା ପାଇଁ ଡ୍ରାଇଭର ତାଲିମ ନେବେ । ଗାଡ଼ି ଗୁଡ଼ିକ ଫିଟନେସର ଅଟୋମେଟିକ୍ ଯାଞ୍ଚ୍ ହେବ । ସଡ଼କ ସୁରକ୍ଷା ସମ୍ବନ୍ଧୀୟ ଦିଗ ଉପରେ ଧ୍ୟାନ ଦେବାକୁ ୨୮୫ କୋଟି ବ୍ୟୟବରାଦ ରହିଛି ।