କେନ୍ଦ୍ରାପଡା: ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଗୁରୁବାର ରାତି ୧୨ଟା ୫ରୁ ଆରମ୍ଭ ହୋଇ ଯାଇଛି । ଏହାର ପ୍ରକ୍ରିୟା ୨୫ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିମି ରହିଛି । ପ୍ରଶାସନ ପକ୍ଷରୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଥିଲେ ହେଁ ବାତ୍ୟା ସମୟରେ କାର୍ୟ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ । ବାତ୍ୟା ପରିଚାଳନା ସମୟରେ ନିଜ କାର୍ୟ୍ୟରେ ଅବହେଳା ଯୋଗୁଁ ଦୁଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦୁଇ ଅଧିକାରୀଙ୍କୁ ନିଲମ୍ୱନ କରିଛନ୍ତି ।
ଖବର ଅନୁସାରେ ବାତ୍ୟା ପରିଚାଳନାରେ ଅଧିକାରୀମାନେ ନିୟୋଜିତ ହୋଇଥିଲେ । ତେବେ ନିଜ କାର୍ଯ୍ୟରେ ଅବହେଳା ଯୋଗୁଁ ଆଳି ବ୍ଲକ୍ କାର୍ଯ୍ୟାଳୟର ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ସଞ୍ଜୟ ପ୍ରଧାନ ଏବଂ ଗରଦପୁର ବ୍ଲକ୍ କାର୍ଯ୍ୟାଳୟରର ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ଜସ୍ମିନ୍ ସୋରେନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ।