ଭୁବନେଶ୍ୱର: ନବୀନଙ୍କୁ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଖୋଲା ଆହ୍ୱାନ ଦେଇଛନ୍ତି। ଗୃହକୁ ଖୋଲା ବିତର୍କ ପାଇଁ ଆସନ୍ତୁ ବୋଲି ଟଙ୍କଧର ଆହ୍ୱାନ ଦେଇଛନ୍ତି। ବିଜେଡି ଶାସନରେ ଚାଷୀ ଆତ୍ମହତ୍ୟା ହେଇଛି ନା ନାହିଁ କୁହନ୍ତୁ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ବିରୋଧୀଦଳ ନେତା ଚଷୀଙ୍କ ପାଇଁ ଗୃହରେ ୧୫ ମିନିଟ କହିପାରିନାହାନ୍ତି। ଗୃହରେ ଛାତିରେ ହାତରଖି ସେ କୁହନ୍ତୁ ତାଙ୍କ ସରକାରରେ କଟନୀଛଟନୀ ହେଇନି ବୋଲି। ଏଥିସହ ବିଜେଡିର ଚାଲ ଲୋକେ ବୁଝିସାରିଛନ୍ତି, କାରଣ ନୂଆପଡ଼ା ଉପନିବାର୍ଚନରେ ଲୋକେ ତାଙ୍କୁ ଜବାବ ଦେଇଛନ୍ତି ବୋଲି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତିି।
ବିଧାନସଭା ଚାଲିଥିବା ବେଳେ ଚାଷୀ ସମସ୍ୟା ନେଇ ବିଜେଡି ବିକ୍ଷୋଭ ଚଳାଇଛି। ଭୁବନେଶ୍ୱର ଲୋୟର PMGରେ ବିଜେଡିର ଚାଷୀ ସୁରକ୍ଷା ସମାବେଶ ଆରମ୍ଭ ହୋଇଛି। ଏଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗଦେଇ ଗର୍ଜିଛନ୍ତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷିଛନ୍ତି ବିରୋଧୀ ଦଳ ନେତା।
ନବୀନ କହିଛନ୍ତି, 'ଖୁବ ଶୀଘ୍ର ଏ ସରକାର ଦୁଇବର୍ଷ ପୂରଣ କରିବାକୁ ଯାଉଛି। ନିର୍ବାଚନ ସମୟରେ ବହୁତ ବଡ଼ ବଡ଼ କଥା କହୁଥିଲେ, କିନ୍ତୁ କିଛି ମିଳିଲା ନାହିଁ। ବିଜେଡି ସରକାର ଚାଷୀଙ୍କ ପାଇଁ କାଳିଆ ଯୋଜନା କରିଥିଲା, କିନ୍ତୁ ଡବଲ ଇଞ୍ଜିନ ସରକାର କିଛି କରିନି। ସାର ମିଳୁନି, ଧାନ କିଣୁନାହାନ୍ତି ସରକାର, କଟନୀ ଛଟଣି ହେଉଛି। ଯେଉଁ ଚାଷୀମାନେ ଅଭିଯୋଗ କରୁଛନ୍ତି ସେମାନଙ୍କୁ ମିଛ ବୋଲି କହୁଛନ୍ତି ସରକାର। ବିଜେଡି ଚାଷୀଙ୍କ ହକ୍ ପାଇଁ ଲଢ଼େଇ ଜାରି ରଖିବ। ୭୨ ଘଣ୍ଟାରେ ଧାନ କିଣା ଯାଉ। ୪୮ଘଣ୍ଟାରେ DBT ମାଧ୍ୟମରେ ଚାଷୀଙ୍କୁ ଦିଆଯାଉ। ପ୍ରଚାର ପ୍ରସାରରେ ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଚାଷୀଙ୍କ ପାଇଁ କିଛି ନାହିଁ। ଯଦି ଚାଷୀଙ୍କ ସମସ୍ୟା ନ ବୁଝାଯାଏ, ତେବେ ସରକାରଙ୍କ ନିଦ ହଜାଇଦେବୁ ବୋଲି ଚେତାବନୀ ଦେଇଛନ୍ତି ନବୀନ'। ଅନ୍ୟପଟେ ବିରୋଧୀଦଳ ନେତାଙ୍କୁ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ।
ଅଧିକ ପଢନ୍ତୁ: ରାଜ୍ୟରେ ବର୍ଷକରେ ୧୩ ହଜାର ୨୬୨ ଯୌନ ନିର୍ଯାତନା ମାମଲା; ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ