ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ । ଦୀର୍ଘଦିନ ଧରି କ୍ୟାନସରରେ ପୀଡ଼ିତ ଥିଲେ ସ୍ୱରୂପ । ବହୁ ଓଡ଼ିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ୱରୂପ ନାୟକ ।
ତାଙ୍କ ପରଲୋକରେ ଓଲିଉଡ଼ରେ ଶୋକର ଛାୟା ଖେଳିଯାଇଛି । କିଛି ଦିନ ହେବ ସ୍ୱରୂପ ନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା ।
୧୯୪୭ ଫେବୃଆରୀ ୮ ତାରିଖରେ ତାଙ୍କର ଜନ୍ମ । ଓଲିଉଡ଼କୁ ତାଙ୍କର ଅବଦାନ କେବେ ଭୁଲିହେବ ନାହିଁ । ଓଡ଼ିଆ ସିନେ ଜଗତରେ ଅନେକ ସଙ୍ଗୀତରେ ନିର୍ଦ୍ଦେଶନା କରି ପ୍ରଶଂସା ସାଉଁଟିଛନ୍ତି । ୧୯୬୨ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜୟଦେବ ରେ ଶିଶୁ କଳାକାର ଭାବେ ନଜର ଆସିଥିଲେ । ୧୯୮୪ ମସିହାରେ ପ୍ରଥମ ଥର ଫିଲ୍ମ 'ହିରାନୀଳା'ରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ଶାଶୁଘର ଚାଲିଯିବି ,‘ମୁଁ ତୁମକୁ ଭଲ ପାଏ’, ‘ଗାଁ ମଝିରେ ଚାନ୍ଦିନି’, ‘ଚାଲିରେ ତୋର ପଦ୍ମ ଫୁଟେ’ ଏବଂ ‘ ଓଢଣି ଓଢଣି ନାଲି ଓଢଣି’ ଭଳି ଅନେକ ଲୋକ ପ୍ରିୟ ଗୀତରେ ସ୍ୱରୂପ ନିର୍ଦ୍ଦେଶନା କରିଛନ୍ତି । ୪୧ ଟି ଓଡ଼ିଆ ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ୱରୂପ କେବଳ ସଂଗୀତ ନିର୍ଦ୍ଦେଶନା ନୁହେଁ ୩୦ଟି ଫିଲ୍ମରେ ସଂଗୀତ ରଚନା କରିଛନ୍ତି ଓ ୬ ଟି ଫିଲ୍ମରେ ନିଜେ ଅଭିନୟ ମଧ୍ୟ କରିଛନ୍ତି ।