ବଲାଙ୍ଗିର : ସେଲୁନ୍ ଚୋରି ଘଟଣାର ପର୍ଦ୍ଦାଫାଶ ସହ ଜଣାପଡିଛି ଆଉ ଏକ ସତ। ସେଲୁନରୁ ୮ ଲକ୍ଷ ନୁହେଁ କେବଳ ଚୋରି ହୋଇଥିଲା କଇଁଚି। ଚୋରି ଘଟଣାରେ ୨ଜଣ ଗିରଫ ହୋଇଛନ୍ତି, ଗିରଫଙ୍କ ମଧ୍ୟରୁ ଜଣେ ହୋଟେଲ୍ ମ୍ୟାନେଜର ଅଟନ୍ତି। ପୋଲିସ ଉପରେ ଚାପ ପକାଇବା ପାଇଁ ମିଛ ଅଭିଯୋଗ ହୋଇଥିଲା। ଅଭିଯୋଗକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରେସମିଟ୍ରେ ବଲାଙ୍ଗିର ଏସ୍ଡିପିଓଙ୍କ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ ଗତ ମଙ୍ଗଳବାର ବଲାଙ୍ଗିର ସହର ପାଟଣା ହୋଟେଲ ଛକରୁ ରମାଇ ଟକିଜ୍ ରାସ୍ତା ରେ ଥିବା ହେୟାର୍ ଆଣ୍ଡ୍ କେୟାର୍ ସେଲୁନ୍ ଦୋକାନ ରୁ ୮ ଲକ୍ଷ୍ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଦୋକାନର ମାଲିକ ଏମ୍ ଡି ଆଜମ୍ ଟାଉନ୍ ଥାନା ରେ ଅଭିଯୋଗ୍ କଲା ପରେ ଟାଉନ୍ ପୁଲିସ୍ ଘଟଣl ସ୍ଥଳ ରେ ପହଞ୍ଚି ତନାଘନା ଆରମ୍ଭ କରିଥିଲେ । ହେଲେ ସତ୍ଯ ସାମନାକୁ ଆସିବା ପରେ ପୋଲିସ୍ ବି ଚକିତ ହୋଇଯାଇଛନ୍ତି। ଟଙ୍କା ନୁହେଁ କେବଳ କଇଁଚି ଚୋରି ହୋଇଛି।