ଭଦ୍ରକ: ରାଜନୀତିରେ ଚର୍ଚ୍ଚାରେ ଥିବା ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା, କ୍ରିଡା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଚିରାଚରିତ ଡ଼ଙ୍ଗରୁ ବାହାରକୁ ଯାଇ ନିଆରା ଢଙ୍ଗରେ ନିଜ ନିର୍ବାଚନ ମଣ୍ଡଳୀରେ ପାଳନ କରିଛନ୍ତି ଇଂରାଜୀ ନବବର୍ଷ। ଆଜି ସକାଳୁ ମନ୍ତ୍ରୀ ଧାମନଗର ସ୍ଥିତ ଜରା ନିବାସରେ ପହଞ୍ଚିଥିଲେ ।
ପରିବାର ଓ ସମାଜର ମୁଖ୍ୟ ସ୍ରୋତରୁ ଅଲୋଡ଼ା ହୋଇ ଜୀବନ ଜିଉଥିବା ଅସହାୟ ବୃଦ୍ଧ ବୃଦ୍ଧାଙ୍କ ସହ ମିଶି ସେମାନଙ୍କ ସୁଖଦୁଃଖ ବୁଝିଥିଲେ । ଜରାନିବାଶ ପରିସରରେ ଥିବା ଅନ୍ଧ ମୁଖ ବଧିର ଏବଂ ମାନସିକ ବିକାରଗ୍ରସ୍ତ ଅନ୍ତେବାସୀଙ୍କ ସହ ବେଶ କିଛି ସମୟ ବିତାଇଥିଲେ । ଏହାପରେ ନିଜ ହାତରେ ଅନ୍ତେବାସୀଙ୍କୁ ଖାଦ୍ୟ ପରିଷିଥିଲେ ମନ୍ତ୍ରୀ । ଦଳୀୟ କର୍ମଚାରୀଙ୍କ ସହ ମିଶି ବୃକ୍ଷରୋପଣ କରିଥିଲେ । ଜରାନିବାଶ ପରିସରରେ ଚାରା ଲଗାଇଥିଲେ ମନ୍ତ୍ରୀ ।