ବାତ୍ୟା ମୋନ୍ଥାରେ ସରକାରଙ୍କ ପକ୍ଷରୁ ଆଜି ଠୁ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ୩ ଦିନରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବାକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
ମୋନ୍ଥାରେ ରାଜ୍ୟର ୩୩ ବ୍ଲକ ସହ ୧୧ ସହରାଞ୍ଚଳ ପ୍ରଭାବିତ ହୋଇଛି। ମନ୍ଥା ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ଅନେକ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଏଥିରେ ବିଶେଷ ଭାବେ ଧାନ, କପା, ପନିପରିବା ଚାଷ କ୍ଷତି ହୋଇଥିବା ସୂଚନା ଆସିଥିବା ନେଇ ମନ୍ତ୍ରୀ କହିଛନ୍ତି। ତେବେ ଫସଲ କ୍ଷୟକ୍ଷତି ନେଇ ଜିଲ୍ଲାପାଳ ଆଜିଠୁ ରିପୋର୍ଟ ସଂଗ୍ରହ କରିବେ। ସଠିକ ଆକଳନ କରି ୭୨ ଘଣ୍ଟାରେ ଜିଲ୍ଲାପ୍ରଶାସନ ରିପୋର୍ଟ ଦେବ। ସେହିପରି ଯେଉଁମାନଙ୍କ ଘର ବାତ୍ୟା ପ୍ରଭାବରେ ଭାଙ୍ଗିଥିବା, ତାହାର ସର୍ଭେ କରାଯାଇ ତୁରନ୍ତ କ୍ଷତିପୂରଣ ଦିଆଯିବ। ୩ ଦିନରେ କ୍ଷୟକ୍ଷତି ଆକଳନ କରାଯାଇ ରିପୋର୍ଟ ଦିଆଯିବ ବୋଲି ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
ଅଧିକ ପଢନ୍ତୁ: ବାତ୍ୟା କ୍ଷୟକ୍ଷତି ନେଇ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା: ମୋନ୍ଥାରେ ପ୍ରଭାବିତ ୩୩ ବ୍ଲକ ଓ ୧୧ ସହରାଞ୍ଚଳ, ଘର ଭାଙ୍ଗିଥିଲେ ତୁରନ୍ତ ମିଳିବ ସହାୟତା