ଭୁବନେଶ୍ୱର: ଏବେ ଜେଲ ଜଗିବେ ହୋମଗାର୍ଡ । ଜେଲରେ ଖାଲି ଥିବା ୱାର୍ଡର ପଦବୀ ପୂରଣ ହେବା ପର୍ଯ୍ୟନ୍ତ ହୋମଗାର୍ଡମାନେ ଡ୍ୟୁଟି କରିବେ । ଏ ନେଇ ଜେଲ୍ ବିଭାଗ ପକ୍ଷରୁ ସବୁ ଜିଲ୍ଲାରୁ ଏସପିଙ୍କୁ ଚିଠି ହୋଇଛି ।
ରାଜ୍ୟରେ ବିଭିନ୍ନ ଜେଲର ୬ ଶହ ୱାର୍ଡର ପଦବୀ ଖାଲି ରହିଛି । ତେଣୁ ସୁରକ୍ଷା ଦୃଷ୍ଟିରୁ ଅସ୍ଥାୟୀ ଭାବେ ପଦବୀ ପୂରଣ କରାଯିବ । ହୋମଗାର୍ଡମାନେ ଜେଲ ସୁରକ୍ଷା ଦାୟିତ୍ୱରେ ରହିବେ । ଆବଶ୍ୟକ ପଡ଼ିଲେ ନିୟମିତ ନିଯୁକ୍ତି ହେବା ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ବର୍ତ୍ତମାନ ୱାର୍ଡର ପଦବୀ ପୂରଣ ପ୍ରକ୍ରିୟା ଜାରି ରହିଛି ।
ନିକଟରେ ବିଭିନ୍ନ ଜେଲରେ ସୁରକ୍ଷା ବ୍ୟବସ୍ଥା ଢିଲା ଥିବାରୁ କଏଦୀମାନେ ଫେରାର ହୋଇଯାଇଛନ୍ତି । କଟକସ୍ଥିତ ଚୌଦ୍ୱାର ଜେଲରେ ଦୁଇ ହାର୍ଡକୋର୍ କଏଦୀ ଫେରାର ହୋଇଯାଇଥିଲେ । ସେହିପରି ବାଲେଶ୍ୱର ଜିଲ୍ଲା ସୋର ଜେଲରେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା ।