ଭୁବନେଶ୍ୱର: ଆସନ୍ତା ନଭେମ୍ବର ପହିଲାରୁ ତହସିଲ କାର୍ଯ୍ୟାଳୟରେ ଜମି କିଣାବିକା ହୋଇପାରିବ । ଅନଲାଇନରେ ସ୍ଲଟ୍ ବୁକ୍ କରିବା ପରେ ତହସିଲ ଅଫିସରେ ପଞ୍ଜୀକରଣ କରିହେବ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି, ତହସିଲ କାର୍ଯ୍ୟାଳୟରେ ପ୍ରବନ୍ଧନ କାର୍ଯ୍ୟାଳୟ ହେବ । ଲୋକଙ୍କୁ ଆଉ ମୂଳ ଅଫିସକୁ ଯିବାକୁ ପଡ଼ିବ ନାହିଁ । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୪୪ଟି ତହସିଲ ଅଫିସରେ ଏହି ସୁବିଧା ଉପଲବ୍ଧ ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ଡିସେମ୍ବରରେ ବାକି ୨୭୩ ତହସିଲ୍ରେ ଜମି କିଣାବିକା ହେବ ।
Also read: ସରକାରଙ୍କ ପକ୍ଷରୁ ଆଜିଠୁ ମୋନ୍ଥା କ୍ଷୟକ୍ଷତି ଆକଳନ; ୩ ଦିନରେ ରିପୋର୍ଟ ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ