ପୁରୀ: ଆସନ୍ତାକାଲି ଅଁଳା ନବମୀ ଓ ରାଧା ପାଦ ଦର୍ଶନ । ପଞ୍ଚୁକ ବ୍ରତ ପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି । କେବଳ ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ପ୍ରବେଶ କରିବେ ଏବଂ ଅନ୍ୟ ତିନି ଦ୍ୱାରାରେ କେବଳ ପ୍ରସ୍ତାନ କରିହେବ । ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସୂଚନା ମୁତାବକ, ଆଜିର ବୈଠକରେ ଦର୍ଶନ, ଭିଡ଼ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥାକୁ ନେଇ ଆଲୋଚନା ହୋଇଛି । ଆସନ୍ତାକାଲି ଭୋର 5ଟାରୁ ଦର୍ଶନ ଆରମ୍ଭ ହେବ । ଶ୍ରଦ୍ଧାଳୁମାନେ ସିଂହଦ୍ୱାରା ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବେ । ସେଥିପାଇଁ ସିଂହଦ୍ୱାର ନିକଟରେ ୧୧ ଟିକିଆ ଧାଡ଼ି ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ସେବାୟତମାନେ ଚାରି ଦ୍ୱାର ଦେଇ ପ୍ରବେଶ କରିପାରିବେ । ସେହିପରି ହବିଷ୍ୟାଳୀ ବ୍ରତଧାରୀମାନଙ୍କ ସ୍ୱତନ୍ତ୍ର ଧାଡ଼ିର ବ୍ୟବସ୍ଥା କରାଯାଇଛି । ସେମାନେ କେବଳ ସେହି ଧାଡ଼ିରେ ଯାଇ ସୁରୁଖରେ ଦର୍ଶନ କରିବେ । ସେହିପରି ଶ୍ରଦ୍ଧାଳୁମାନେ ଦର୍ଶନ ସାରି ଅନ୍ୟ ତିନି ଦ୍ୱାର ଦେଇ ବାହାରକୁ ଆସିବେ ।
୫ ଜଣ ମାଜିଷ୍ଟ୍ରେଟ୍ ଚାରି ଦ୍ୱାର ନିକଟରେ ଉପସ୍ଥିତ ରହି ତଦାରଖ କରିବେ । ଏହା ସହିତ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମନ୍ଦିରରେ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଅଗ୍ନିଶମ, ପାନୀୟ ଜଳ ସୁବିଧା ରହିବ ।