ପୁରୀ: ଖୋଲିବ ଗୁଣ୍ଡିଚା ମନ୍ଦିର, ମହାପ୍ରଭୁଙ୍କ ଜନ୍ମସ୍ଥଳୀ ଦେଖିପାରିବେ ଶ୍ରଦ୍ଧାଳୁ । ଏନେଇ ସୂଚନା ଦେଲେ ପୁରୀ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ସହ ସମୀକ୍ଷା ପରେ ସୂଚନା ମିଳିଛି । ପ୍ରତିଦିନ ସକାଳୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମନ୍ଦିରରେ ପ୍ରବେଶ କରିପାରିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେବ ବ୍ୟବସ୍ଥା। ଭକ୍ତମାନେ ଟିକେଟ୍ କରି ଦର୍ଶନର ସୁଯୋଗ ପାଇବେ। ୨୦ ଜଣ ଜେଟିପି ସ୍କ୍ବାଡ୍ ଜଗିବେ, ମନ୍ଦିର ଚତୁଃପାର୍ଶ୍ବ ସଫା କରାଯିବ । ସମସ୍ତ ଦୋକାନ ଉଚ୍ଛେଦ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ।ସଭକ୍ତ ମାନେ ଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟ କରଣ ସହ ମହାପ୍ରଭୁଙ୍କ ଜନ୍ମସ୍ଥଳୀ ଦେଖିବାର ସୁଯୋଗ ପାଇବେ।