ଭୁବନେଶ୍ୱର: ବଢିଲା ଏମଏଏଲଏ ପାଣ୍ଠି । ୩ କୋଟିରୁ ୫ କୋଟିକୁ ବୃଦ୍ଧି କଲେ ମୋହନ ସରକାର । ବଜେଟ ଉପସ୍ଥାପନା ବେଳେ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ଏଥିପାଇଁ ୭୩୫ କୋଟି ବ୍ୟୟ ବରାଦ ହୋଇଛି ।
ରାଜ୍ୟ ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟରେ ବିଭିନ୍ନ ଯୋଜନା ପାଇଁ ବ୍ୟୟ ବରାଦ କରାଯାଇଛି। ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ ସରକାରର ଏହା ଦ୍ବିତୀୟ ବଜେଟ୍ । ଆମ ସରକାର ରାଜ୍ୟର ଐତିହ୍ୟ ପ୍ରତି ସଜାଗ । ଓଡ଼ିଆ ଲୋକ ବିଶ୍ବାସୀ ସରକାର ଚାହିଁଥିଲେ । ଆମ ସରକାର ଲୋକଙ୍କ ପାଇଁ କାମ କରିବାକୁ ଅନବରତ ଚେଷ୍ଟା କରୁଛି । ଏଥର ବଜେଟରେ ମୁଖ୍ୟମନ୍ତ୍ରୀ ଆଗାମୀ ଆର୍ଥିକବର୍ଷ ଲାଗି ବିଭିନ୍ନ କ୍ଷେତ୍ର ପାଇଁ ସରକାର କରିଥିବା ବ୍ୟୟବରାଦକୁ ଉପସ୍ଥାପନ କରିଛନ୍ତି ।