ତିର୍ତ୍ତୋଲ ନିର୍ବାଚନ କ୍ଷେତ୍ର ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନୀ କ୍ଷେତ୍ର ମଧ୍ୟରେ ଥିବା ତିନିଗୋଟି ବ୍ଲକ ଯଥା ବିରିଡ଼ି, ରଘୁନାଥପୁର, ତିର୍ତୋଲ ଆଦି ବ୍ଲକରେ ଘଟିଥିବା ଦୁର୍ନୀତି ଏବଂ ନୂତନ ବିଜେପି ସରକାର ଆସିଲା ପରେ କିପରି ଡବଲ ଇଞ୍ଜିନ ସରକାରଙ୍କ ଯୋଜନା ସବୁ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେ ଦିଗରେ ବିଡ଼ିଓ ନମିତା ବାରିକଙ୍କ ସହ ଆଲୋଚନା କରିଛନ୍ତି ବିଜେପି ବିଧାୟକ ରାଜକିଶୋର ବେହେରା ଏବଂ ବ୍ଲକ ବିଜେପି କର୍ମକର୍ତ୍ତା। ରଘୁନାଥ ପୁର ବ୍ଲକରେ ଚାଲିଥିବା ପିଶି କାରବାର ସଂପୂର୍ଣ୍ଣ ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ ବିଧାୟକ ରାଜକିଶୋର ବେହେରା।
କେନ୍ଦ୍ର ସରକାରଙ୍କ ହର ଘର ଜଲ୍ ପହଞ୍ଚାଇବା ଯୋଜନା କାହିଁକି ଅଧା ରୁ ଅଟକି ପଡ଼ିଛି ସେ ବିଷୟରେ ଆଲୋଚନ ହୋଇଥିଲା ହେଲେ ଦୁର୍ଭାଗ୍ୟର କଥା ରଘୁନାଥପୁର ବ୍ଲକରେ ଗୋଟେବି ପଞ୍ଚାୟତରେ ଏହି ଯୋଜନା ସଠିକ୍ ଭାବରେ ଚାଲୁ ହୋଇନାହିଁ। ଏଥର ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଆସିଛି। ସାଧାରଣ ଲୋକଙ୍କ ପାଖରେ ମୋଦୀ ସରକାରଙ୍କ ଜନକଲ୍ୟଣ ଯୋଜନା କିପରି ପହଞ୍ଚିବ ସେ ଦିଗରେ ତିର୍ତ୍ତୋଲ ବିଜେପି ପକ୍ଷରୁ ସମ୍ପୂର୍ଣ ସହଯୋଗ କରାଯିବ ଏବଂ ଯେଉଁମାନେ ଏହାର ପ୍ରତିରୋଧ କରୁଛନ୍ତି ସେମାନଙ୍କ ବିରୋଧ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜକିଶୋର ବେହେରା। ଡବଲ ଇଞ୍ଜିନ ସରକାର ଆସିଲା ପରେ ଚାଲୁଥିବା ଦୁର୍ନୀତି ଉପରେ ଲଗାମ ଲାଗିବା ସହ ରଘୁନାଥ ପୁର ବ୍ଲକକୁ ଏକକ ଛତ୍ରବାଦରୁ ଦୁରେଇବାକୁ ବିଜେପି ଦଳ ପକ୍ଷରୁ ଏଥର ସବୁବେଳେ ସ୍ୱର୍ ଉଠିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।