ଦେବଗଡ଼ : ଦେବଗଡ଼ ଜିଲ୍ଲାରେ ଚଳିତ ବର୍ଷ ଖରିଫ ଋତୁର ଧାନ ମଣ୍ଡି ଶୁକ୍ରବାର ଆରମ୍ଭ ହୋଇଛି। ତିଳେଇବନି ବ୍ଲକ କଂସର ପ୍ରାଥମିକ ସମବାୟ ସମିତି ପରିସରରେ ଧାନ ମଣ୍ଡିକୁ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଉପଜିଲ୍ଲାପାଳ ପରକ୍ଷିତ ସାହୁ ଯୋଗଦେଇ ଜିଲ୍ଲାର ପ୍ରଥମ ଧାନ ମଣ୍ଡି ଶୁଭାରମ୍ଭ କରିଥିଲେ। ତେବେ ଜିଲ୍ଲା ଯୋଗାଣ ଅଧିକାରୀ ରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ପରକ୍ଷିତ ସାହୁ ଯୋଗଦେଇ ଚାଷୀମାଙ୍କ ଧାନ କ୍ରୟ ତଥା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାର ଏ ନେଇ ପରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ବରିଷ୍ଠ ସହକାରୀ ରେଜିଷ୍ଟର ଭବାନୀକାନ୍ତ ନାୟକ ସମସ୍ତ ଚାଷୀମାନଙ୍କୁ ଧନ୍ୟବାଦ ଦେଇଥିଲେ। ତେବେ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ କ୍ଵଣ୍ଟାଲ ଧାନ କ୍ରୟ ଲକ୍ଷରେ ୪୯ ମଣ୍ଡି ଖୋଲିବା ପାଇଁ ସ୍ଥିର ହୋଇଛି। ଜିଲ୍ଲାରେ ୧୯୬୬୨ ଚାଷୀ ପଞ୍ଜିକରଣ କରିଛନ୍ତି ଓ କଂସର ସମବାୟ ସମିତିରେ ୪୩୩ ଜଣ ଚାଷୀ ପଞ୍ଜିକୃତ କରିଛନ୍ତି।