ଏସଟିଏଫ କବ୍‌ଜାରେ ବଜ୍ରକାପ୍ତା ସ୍ମଗଲର ଜିତେନ୍ଦ୍ର କୁମାର, ଜୀବନ୍ତ ବଜ୍ରକାପ୍ତା ସହ ଆପତ୍ତିଜନକ ସାମଗ୍ରୀ ଜବତ
Khabar Odisha:Jitendra-Kumar-of-Bajrakapta-Snagal-live-Bajrakapta-seized-objectionable-material-in-STF-captivity
କଳାହାଣ୍ଡି, ମେ ୨୨(ଖବର ଓଡିଶା):

ପୁଣି ଏସଟିଏଫ କବ୍‌ଜାରେ ବଜ୍ରକାପ୍ତା ଚାଲାଣକାରୀ । ଏସଟିଏଫ କବ୍‌ଜାରେ ରବିବାର ବଜ୍ରକାପ୍ତା ସ୍ମଗଲର ଜିତେନ୍ଦ୍ର କୁମାର ଧରାପଡିଛି । ଜିତେନ୍ଦ୍ର ଠାରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । 

ଏହାସହିତ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ତେବେ କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଭବାନୀପାଟଣା-ମଦନପୁର ମଝି କର୍ଣ୍ଣିଖୁଣ୍ଟିରୁ ଉଦ୍ଧାର ବଜ୍ରକାପ୍ତା ଉଦ୍ଧାର କରାଯାଇଥିବା ଜଣାପଡିଛି । 

ସୂଚନା ଅନୁସାରେ, ଭବାନୀପାଟଣା-ମଦନପୁର ମଝି କର୍ଣ୍ଣିଖୁଣ୍ଟି ନିକଟରେ ବଜ୍ରକାପ୍ତା ବିକ୍ରି ହେବା ନେଇ ଡିଲ୍ ଚାଲିଥିଲା । ଠିକ ଏହି ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ ରେଡ୍ କରିଥିଲା । 

ଫଳରେ ବଜ୍ରକାପ୍ତା ସ୍ନଗଲର ସହ ଗୋଟିଏ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । ଏହାସହିତ ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ପୋଲିସ ତଦନ୍ତ ଆରମ୍ଭ କରିଛି । 

  • Tags:

Subscribe

National International State Sports Entertainment