ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ପରିସରରେ ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ସମ୍ମିଳନୀ କକ୍ଷରେ ଏକ ଶିଳ୍ପ ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଯାଇଛି l ଆୟୋଜିତ ଏହି ଶିବିରରେ ରାଜ୍ୟ ଓ ରାଜ୍ୟ ବାହାରୁ ଇଂଜିନିୟର ମାନେ ପ୍ରଶିକ୍ଷାର୍ଥୀ ଭାବରେ ଯୋଗ ଦେଇଥିଲେ l ଏହି ଅବସରରେ ଓଡ଼ିଶା ସରକାରଙ୍କ ଶିଳ୍ପ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂହ ପୁନିଆ ଯୋଗ ଦେଇ ଇସ୍ପାତ ଶିଳ୍ପର ଆବଶ୍ୟକତାକୁ ଉପସ୍ଥାପନ କରିଥିଲେ l ଇସ୍ପାତ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ପ୍ରୀତମ ପୁରକାୟସ୍ଥ ସ୍ଵାଗତ ଭାଷଣ ଦେଇ ଅନୁଷ୍ଠାନର ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଅବଗତ କରିଥିଲେ ।
ସୂଚନାଯୋଗ୍ୟ ଯେ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ସେପ୍ଟେମ୍ବର ୨୦୦୧ ରେ ଏକ ସ୍ୱୟଂଶାସିତ ପ୍ରତିଷ୍ଠାନ ଭାବରେ ପଞ୍ଜୀକୃତ ହୋଇଥିଲା । ଏହି ପ୍ରତିଷ୍ଠାନ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଏବଂ ଶିଳ୍ପ ଅଭ୍ୟାସ ଉପରେ ଗୁରୁତ୍ୱ ଦେଇ ଇସ୍ପାତ ଶିଳ୍ପକୁ ଟେକ୍ନୋଲୋଜି ଏବଂ କୁଶଳୀ / ତାଲିମପ୍ରାପ୍ତ ମାନବ ଶକ୍ତି ଯୋଗାଇଥାଏ ।
ଅଧିକ ପଢନ୍ତୁ : ସ୍ତ୍ରୀର ମାଡ଼ରେ ସ୍ୱାମୀର ଜୀବନ ଗଲା