କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ନିଜ ସ୍ୱାମୀକୁ ପିଟିପିଟି ହତ୍ୟା କରିଛି ସ୍ତ୍ରୀ। ସ୍ୱାମୀଙ୍କ ନିର୍ଯାତନା ସହି ନ ପାରି ସ୍ତ୍ରୀ ନେଇଛନ୍ତି ଏଭଳି ନିଷ୍ପତ୍ତି । ମୃତକଙ୍କ ନାମ ନେତ୍ର ମାଝି ବୋଲି ଜଣା ପଡିଛି ।
ସୂଚନା ଅନୁସାରେ , କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି ପୋଲିସ ସୀମା ଅନ୍ତର୍ଗତ ମର୍ଦ୍ଦିପଙ୍କ ଗ୍ରାମରେ ନେତ୍ର ମାଝି ଏବଂ ତାଙ୍କ ସ୍ତ୍ରୀ ଶୁଭନ୍ତି ମାଝି ବାସ କରୁଥିଲେ । ରବିବାର ରାତିରେ କିଛି ପ୍ରସଙ୍ଗରେ ସେମାନଙ୍କର ତୀବ୍ର ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ନେତ୍ର ତାଙ୍କ ସ୍ତ୍ରୀ ଶୁଭନ୍ତିଙ୍କ କାନଫୁଲକୁ ଟାଣିଥିଲେ । ଫଳରେ ଶୁଭନ୍ତି ଯନ୍ତ୍ରଣା ସହି ନ ପାରି ପାଖରେ ଥିବା ଏକ କାଠଫାଳିଆରେ ନେତ୍ରଙ୍କୁ ପିଟିଥିଲେ ଫଳରେ ତାଙ୍କ ମୁଣ୍ଡ ପଛ ପାଖରେ ଗଭୀର ମାଡ଼ ହୋଇଥିଲା ଓ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ । ପୋଲିସ ଘଟଣା ସମ୍ପର୍କରେ ଅବଗତ ହୋଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ଏବଂ କେସ୍ ନଂ ୨୯/୨୪ରେ ଏକ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ।
ଅଧିକ ପଢନ୍ତୁ : ଯୌତୁକ ଜୁଇରେ ଆଉ ଜଣେ ବଧୂ