ଯୌତୁକ ଜୁଇରେ ଜଳିଲା ଆଉ ଜଣେ ବଧୂ ଆଉ ଉଜାଡିଦେଲା ସୁନାର ସଂସାରକୁ । ଯୌତୁକ ପାଇଁ ଶାଶୁ ଘର ଲୋକେ ଜଣେ ବୋହୂକୁ ମାରି ଦେଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ଜଣଙ୍କ ନାମ ଝିଲି ସେଠୀ ବୋଲି ସୂଚନା ମିଳିଛି । ଏମିତି ଏକ ଦୁଃଖଦିୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ।
ସୂଚନା ଅନୁସାରେ, ସାମନ୍ତରାପୁରର ଚନ୍ଦନ ସେଠୀଙ୍କୁ ଗତ ୩ ବର୍ଷ ତଳେ ବିବାହ କରିଥିଲେ ଝିଲି । ବାହାଘର ପରଠାରୁ ଝିଲିଙ୍କୁ ତାଙ୍କ ଶାଶୁ ଘର ଲୋକେ ସୁନା ଚେନ୍ ଓ କାର୍ ବାପ ଘରୁ ଆଣିବାକୁ କହୁଥିଲେ ଏବଂ ସେଥିପାଇଁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ଝିଲିଙ୍କ ବାପ ଘର ଲୋକ ଅଭିଯୋଗ କରିଛନ୍ତି ।
ତବେ ଗତ ଶନିବାର ଝିଲିଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ବାପଘରକୁ ଅବଗତ କରିଥିଲେ ଚନ୍ଦନଙ୍କ ପରିବାର । ଖବରପାଇ ଝିଲିଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଯୌତୁକ ପାଇଁ ଝିଲିଙ୍କୁ ତାଙ୍କ ଶାଶୁ ଘର ଲୋକେ ମାରି ଦେଇଥିବା ତାଙ୍କ ମାଆ ଅଭିଯୋଗ କରିଥିଲେ । ଏନେଇ ପରିବାର ଲୋକେ ଲିଙ୍ଗରାଜ ଥାନାରେ ଏକ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ଝିଲିଙ୍କ ସ୍ୱାମୀଙ୍କୁ ଅଟକ ରଖି ପୁଚରା ଉଚରା ଆରମ୍ଭ କରିଛି ।
ଅଧିକ ପଢନ୍ତୁ : ଲାଞ୍ଚ ମାଗିବା ଏବଂ ଗ୍ରହଣ କରିବା ଅଭିଯୋଗରେ ଏଏସ୍ଆଇ ଗିରଫ