ବରଗଡ଼ : ଆସନ୍ତା ୩ ଜାନୁଆରୀ ୨୦୨୫ ତାରିଖ ଠାରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୭୭ ତମ ଧନୁଯାତ୍ରା ମହୋତ୍ସବର ଶୁଭସ୍ଥାପନା ହୋଇଯାଇଛି। ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧନୁଯାତ୍ରା ଶୁଭସ୍ଥମ୍ଭ ସ୍ଥାପନା ହାଟପଦା ସ୍ଥିତ ସଂଚାର ମଣ୍ଡପରେ କରାଯାଇଛି। ବୁଧବାର ସନ୍ଧ୍ୟାରେ ମା' ସମଲେଶ୍ବରୀ ମନ୍ଦିରରେ ବରଗଡ ଜିଲ୍ଳାପାଳ, ଧନୁଯାତ୍ରା କମିଟୀ ସଦସ୍ୟ ତଥା ଧନୁଯାତ୍ରାରେ ଅଭିନୟ କରୁଥିବା କଲାକାର ମାନେ ପୂଜା ଅର୍ଚନା କରି ବେଣ୍ଟ ବାଜା,କିର୍ତ୍ତନ୍ୟ,ଲାଇଟ ସାଜଶଯ୍ୟାରେ ବାହାରି ହାଟପଦା ସ୍ଥିତ ସଂଚାର ମଣ୍ଡପରେ ପହଞ୍ଚିଥିଲେ। ଏହାପରେ ସଂଚାର ମଣ୍ଡପରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ପୂଜାରେ ବସି ପୂଜା ଅର୍ଚ୍ଚନା କରିଥିଲେ। ଏହାପରେ ସେହି ସ୍ଥାନକୁ ମହାରାଜ କଂସଙ୍କୁ ବରଣ କରାଯାଇ ଶୁଭସ୍ଥମ୍ଭ ସ୍ଥାପନା କରାଯାଇଥିଲା।