ଭୁବନେଶ୍ୱର : ଓଡ଼ିଶାରେ ବଜ୍ରପାତରେ ଅଧିକ ଲୋକଙ୍କର ମୃତ୍ୟୁ ହେଉଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଗୁରୁବାର ବିଧାନସଭା ସରଗରମ ହୋଇ ଚାଲୁଥିବାବେଳେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, " ଗତ ୫ ବର୍ଷ ଭିତରେ ଓଡ଼ିଶାରେ ବଜ୍ରପାତରେ ୧୧୦୩ ଜଣଙ୍କର ଜୀବନ ଯାଇଛି " । ଓଡ଼ିଶାର ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱର ଜିଲ୍ଲାରେ ଅଧିକ ସଂଖ୍ୟାରେ ବଜ୍ରପାତଜନିତ ମୃତ୍ୟୁ ହୋଇଥାଏ ।
ବଜ୍ରପାତଜନିତ ମୃତ୍ୟୁକୁ ରୋକିବା ପାଇଁ ମଧ୍ୟ ସ୍ଥାୟୀ ବ୍ୟବସ୍ଥା ନାହିଁ । କିନ୍ତୁ ମୃତ୍ୟୁର ପରିମାଣକୁ ହ୍ରାସ କରିବା ପାଇଁ ତାଳଗଛ ଲଗାଇବା ସହିତ ଏହାର ସୁରକ୍ଷା ସମ୍ପର୍କରେ ସମସସ୍ତଙ୍କୁ ଅବଗତ କରାଯାଇଛି । ତାଳଗଛ ଲଗାଇବା ପାଇଁ ଜଙ୍ଗଲ ବିଭାଗକୁ ରାଜସ୍ବ ବିଭାଗ ପକ୍ଷରୁ ୭ କୋଟି ଟଙ୍କା ପ୍ରଦାନ କରାଯାଇଛି । ନିର୍ଦ୍ଦିଷ୍ଟ କେଉଁଠି ବଜ୍ରପାତ ହେବ ଆକଳନ ପାଇଁ ଜ୍ଞାନକୌଶଳ ଆସି ନାହିଁ । କିନ୍ତୁ ବଜ୍ରପାତ ଜନିତ ମୃତ୍ୟୁକୁ ହ୍ରାସ ପାଇଁ ବ୍ୟବସ୍ଥା ଜାରି ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ଓଡ଼ିଶାରେ ଖଣିଜ ପଦାର୍ଥର ଗନ୍ତାଘର ହୋଇଥିବାରୁ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ବଢୁଛି ବୋଲି ବିଧାନସଭାରେ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ।
ଆଗକୁ ପଢ଼ନ୍ତୁ : ପୂର୍ବ ସରକାରର ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ ଉଚ୍ଛେଦ କଲେ ମୋହନ ସରକାର