ମଦ ବ୍ୟବସାୟୀଙ୍କ ଉପରେ ବଡ ଧରଣର ଆଇଟି ରେଡ୍ । ଦୁଇ ଦିନ ହେଲାଣି ଆୟକର ବିଭାଗ ମଦ ବ୍ୟବସାୟୀଙ୍କ ଘରେ ରେଡ୍ ଜାରିରଖିଛି । ମଦ ବ୍ୟବସାୟୀଙ୍କ ଅମାପ ସମ୍ପତ୍ତି ଦେଖି ସମସ୍ତଙ୍କର ଆଖି ତାରାଟି ଯାଉଛି । ଟଙ୍କା ଗଣି ଗଣି ହାଲିଆ ଆୟକର ବିଭାଗ । କୋଟିଏ କି ଦୁଇ କୋଟି ନୁହେଁ ତାଙ୍କ ଠାରୁ ୨୦୦ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି । ଘରର କୋଣ ଅନୁକୋଣରୁ ଯେଉଁଠି ଖୋଜିଲେ ସେଇଠୁ ମିଳୁଛି ଟଙ୍କା ।
ମଦ ପ୍ରସ୍ତୁତକାରୀ କମ୍ପାନୀ ଆୟକର ଫାଙ୍କିବା ଅଭିଯୋଗ ହୋଇଥିଲା । ଏହାପରେ ଭୁବନେଶ୍ବର ସ୍ଥିତ ବୌଦ୍ଧ ଡିଷ୍ଟ୍ରିଲେରୀ ପ୍ରାଇଭେଟ ଲିମିଟେଡ କମ୍ପାନୀ ଉପରେ ଆଇଟି ରେଡ୍ ହୋଇଥିଲା । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏହି କମ୍ପାନୀ ଲିଙ୍କରେ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଯେଉଁ ସ୍ଥାନରେ ରେଡି କରାଯାଉଛି ସେଠୁ ମିଳୁଛି ପୁଳା ପୁଳା ଟଙ୍କା । ସାରା ରାଜ୍ୟରେ ଜବତ ନଗଦ ଟଙ୍କାର ପରିମାଣ ୩୦୦ କୋଟି ଟପିପାରେ ବୋଲି ଅନୁମାନ କରାଯାଉଛି । ଏହି ପୁଳା ପୁଳା ଟଙ୍କା ଗଣିବାରେ ଲାଗିଛନ୍ତି ଆୟକର ବିଭାଗ । ଓଡ଼ିଶାରେ ଏହା ସବୁଠୁ ବଡ ଆଇଟି ରେଡ ବୋଲି କୁହାଯାଉଛି ।
ଅଧିକ ପଢନ୍ତୁ :ବିଜେଡି ନେତାଙ୍କୁ ପଡିଲା ମହଙ୍ଗା ସରକାରୀ ଜାଗାରେ ଜନ୍ମଦିନ ପାଳନ କରିବା