ଭୁବନେଶ୍ୱର : ଦୁଇ ମାସରେ ସରିବ ଆବାସ ସର୍ଭେ । ବୁଧବାର ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ସେ କହିଛନ୍ତି, ଏବେ ଗ୍ରାମାଞ୍ଚଳରେ ସର୍ଭେ କାମ ଚାଲିଛି । ଗ୍ରାମସଭା ଦ୍ୱାରା ଲୋକଙ୍କୁ ସଚେତନ କରାଯାଉଛି । ଏପରିକି ଲୋକଙ୍କୁ ସର୍ଭେରେ ସାମିଲ କରାଯାଉଛି ଯେମିତି ଆବାସ ଯୋଜନାରୁ କେହି ଯୋଗ୍ୟ ବାଦ୍ ପଡିବେନି ।
ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି, ପୂର୍ବ ସରକାରରେ ଆକ୍ରୋଶମୂଳକ ଭାବେ ଯୋଜନାରୁ ବାଦ୍ ଦିଆଯାଉଥିଲା । କିନ୍ତୁ ଆମ ଅମଳରେ ସେମିତି ହେବନି । ସବୁ ଯୋଗ୍ୟ ହିତାଧିକାରୀଙ୍କୁ ୍ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବ । ମନ୍ତ୍ରୀମାନେ ଜିଲ୍ଲା ଗସ୍ତ ବେଳେ ଆବାସ ସର୍ଭେର ସମୀକ୍ଷା କରୁଛନ୍ତି । ଆଗାମୀ ଦୁଇ ମାସ ଭିତରେ ସର୍ଭେ କାମ ସରିଯିବ । ଏହା ପରେ ଘର ଯୋଗାଇ ଦିଆଯିବ ।