ଭଦ୍ରକ: ଜମିବାଡି ବିବାଦ ପଡିଗଲା ମହଙ୍ଗା ଜଳିଗଲା ଘର। ଯେଉଁଥିରେ ନଗଦ ଟଙ୍କା ସହ ଅନେକ ଅଳଙ୍କାର ଓ କାଗଜପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏଭଳି ଗୋଟିଏ ଅଘଟଣ ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ସୟା ପଞ୍ଚାୟତ ବାଂଶବାଗ ଗାଁରୁ ଆସିଛି।
ସୂଚନା ଅନୁଯାୟୀ, ବାଂଶବାଗ ଗାଁରେ ନିଶାକର ଦାସଙ୍କ ତିନି ପୁଅ। ଘର ଭାଗବଣ୍ଟାକୁ ନେଇ ଦୀର୍ଘ ବର୍ଷ ହେବ ବିବାଦ ଲାଗି ଲାଗି ରହିଥିଲା। ସାନ ଓ ମଝିଆ ଭାଇଙ୍କ ସହିତ ବଡ଼ଭାଇଙ୍କ ମଝିରେ ବିବାଦ ଲାଗି ରହୁଥିଲା। ଗତ ଦୁଇ ଦିନ ତଳେ ଗାଳିଗୁଲଜ ଓ ମାରପିଟ୍କୁ ନେଇ ଥାନାରେ ଉଭୟ ପକ୍ଷରୁ ଦୁଇଟି ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ରାତିରେ ଶୋଇଥିବା ବେଳେ ସାନ ଭାଇ ମନୋରଞ୍ଜନ ଦାସଙ୍କ ଘରକୁ କେହି ନିଆଁ ଲଗାଇ ଦେଇଥିବାର ଅଭିଯାଗ ହୋଇଛି। ଯେଉଁଥିରେ ନଗଦ ଟଙ୍କା, ଅଳଙ୍କାର, ମୂଲ୍ୟବାନ କାଜଗପତ୍ର ସମେତ ଘରର ଅନେକ ସାମଗ୍ରୀ ପୋଡ଼ି ପାଉଁଶ ହୋଇଥିବାର ଅଭିଯୋଗ ହୋଇଛି।
ତେବେ କେହି ସଂପର୍କୀୟ ଘରେ ନିଆଁ ଲଗାଇଥିବା ଥାନାରେ ଅଭିଯୋଗ କରିଛନ୍ତି ମନୋରଞ୍ଜନ । ସେପଟେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।