ବାଇକ୍ ଆରୋହୀ ଉପରେ ଚଢ଼ିଲା ହାଇୱା । ପୁଣି ଘଟିଲା ଦୁର୍ଘଟଣା । ହାଇୱା ତଳେ ଚାପି ହୋଇଗଲେ ବାଇକ ଆରୋହୀ । ରାସ୍ତା ଉପରେ ଚାଲିଗଲା ଜଣଙ୍କର ଜୀବନ।ଗୋଟେ ପରେ ଗୋଟେ ଘଟିଚାଲିଛି ଦୁର୍ଘଟଣା । ଯାହାଫଳରେ ଅନେକ ପରିବାର ଉଜୁଡି ଯାଉଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ । ମୃତ ଦେହକୁ ପୋଲିସ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସୂଚନା ଅନୁଯାୟୀ ,ବଲାଙ୍ଗିର-ଟିଟିଲାଗଡ଼ ମୁଖ୍ୟରାସ୍ତା ଶାସ୍ତ୍ରୀନଗରରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଜଣେ ଯୁବକଙ୍କ ପ୍ରାଣହାନୀ ଘଟିଥିବା ଜଣାପଡିଛି । ଜଣେ ବାଇକ୍ ଆରୋହୀଙ୍କୁ ଏକ ହାଇୱା ଗାଡ଼ି ଦଳି ଦେଇଥିବା ଦେଖିବାକୁ ମିଳିଛି । ତେବେ ବାଇକ୍ ଆରୋହୀ ଜଣକ କିଏ ଓ କେମିତି ଦୁର୍ଘଟଣା ଘଟିଲା ସେ ସମ୍ପର୍କରେ ଏଯାଏଁ ସ୍ପଷ୍ଟ ହୋଇନାହିଁ ।ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।
ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ହାଇୱା ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଦୁଘଟଣା ପରେ ପରେ ହାଇୱା ଡ୍ରାଇଭର ଜଣକ ତୁରନ୍ତ କୁଆଡେ ଖସି ପଳାଇଛନ୍ତି । ଘଟଣାସ୍ଥଳରେ ପ୍ରବଳ ଭିଡ ଥିବା ବେଳେ ମୃତ ଦେହ କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ କୁ ପଠାଇ ହାଇୱl କୁ ଜବତ କରିଥିବା ସୂଚନା ଦେଇଛନ୍ତି SDPO । ଏଥିସହ ଏହି ଦୁର୍ଘଟଣାର କାରଣ ସ୍ପଷ୍ଟ ହେବାପାଇଁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ଅଧିକ ପଢନ୍ତୁ:କାର ଟ୍ରକ ମୁହାଁ ମୁହିଁ ଧକ୍କା