ସରକାରୀ କାର୍ଯ୍ୟରେ ଅବହେଳା ଯୋଗୁଁ ଉଚ୍ଚଶିକ୍ଷା ବିଭାଗର କଡା କାର୍ଯ୍ୟାନୁଷ୍ଠାନ । ୨୨୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କଲା ଉଚ୍ଚଶିକ୍ଷା ବିଭାଗ । ମୁଖ୍ୟ କିରାଣୀ ଓ କିରାଣୀଙ୍କର ମଧ୍ୟ ଦରମା ବନ୍ଦ କରାଯାଇଛି ।
ସୂଚନାନୁସାରେ, ବିଭାଗ ପକ୍ଷରୁ ବାରମ୍ବାର ଜଣାଇବା ସତ୍ତ୍ୱେ ୨୩୩ ମହାବିଦ୍ୟାଳୟ ଆବଶ୍ୟକ ସୂଚନା ପ୍ରଦାନ କରିବାରେ ବିଫଳ ହୋଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ସହକାରୀ ନିର୍ଦେଶକଙ୍କ ଚିଠିର ଉତ୍ତର ଦେଉନଥିବାରୁ ଏହି ମହାବିଦ୍ୟାଳୟ ଅଧ୍ୟକ୍ଷ ଏବଂ ମୁଖ୍ୟ କିରାଣୀ ଓ କିରାଣୀଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି । ବିଭାଗୀୟ ଚିଠିର ଉତ୍ତର ନଦେବାର ଅର୍ଥ, ସରକାରୀ କାର୍ଯ୍ୟ ନିର୍ବାହରେ ବଡ଼ ଅବହେଳା । ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଳନରେ ବିଫଳତା ବୋଲି କୁହାଯାଇଛି । କାର୍ଯ୍ୟରେ ଚରମ ଅବହେଳା ପାଇଁ ମେ’ ମାସର ଦରମା ନ ଉଠାଇବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।