ବରଗଡ଼ : ଜଡିବୁଟି ଔଷଧ ଏବେ ପାଲଟିଛି ଲୋକଙ୍କ ପାଇଁ ସଂଜିବିନି। ଛୋଟରୁ ବଡ଼ ରୋଗ ଜଡିବୁଟିରେ ଠିକ ହୋଇଯାଉଥିବା ବେଳେ ଔଷଧ ନେବା ପାଇଁ ବରଗଡ ଜିଲ୍ଲା ବରପାଲି ବ୍ଲକ ସତଲମା ଗ୍ରାମର ଦିବ୍ୟ ସାହୁଙ୍କ ଘର ବାହାରେ ଲାଗୁଛି ଲମ୍ବା ଲାଇନ। ତେବେ ଦିବ୍ୟଙ୍କ ଜଡିବୁଟି ଔଷଧରେ ଅଧିକାଂଶ କୀଡୀନି ରୋଗୀ ଭଲ ହେଇଯାଉଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ରେ ଦିବ୍ୟ ସାହୁ l ବୟସ ୪୦ ବର୍ଷ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହେବା ଅପେକ୍ଷା ନିଜେ କିଛି କରି ମାନବ ସେବା ହିଁ ମାଧବ ସେବା କୁ ଅନୁସରଣ କରି ଗୋମୂତ୍ର ସାଙ୍ଗକୁ ବିଭିନ୍ନ ଗଛର ଚେର, ଫୁଲ, ପତ୍ର, ଫଳକୁ ନେଇ ଆୟୁର୍ବେଦିକ ଔଷଧ ତିଆରି କରି କିଡ଼ନୀ ରୋଗ ଭଲକରିବା ସହିତ ଧବଳ କୁଷ୍ଠ, ସିକିଲିନ, ବାତ ଏହିପରି ବିଭିନ୍ନ ପ୍ରକାର ରୋଗୀଙ୍କୁ ସୁସ୍ଥ କରୁଛନ୍ତି। ସରକାରୀ ପ୍ରୋତ୍ସାହନକୁ ଅପେକ୍ଷା ନକରି ନିଜସ୍ୱ ଖର୍ଚ୍ଚ ଓ ଉଦ୍ୟମରେ ଆୟୁର୍ବେଦିକ ଔଷଧ ତିଆରି କରି ବିଭିନ୍ନ ରୋଗୀଙ୍କୁ ଉପଯୁକ୍ତ ଔଷଧ ଦେଇ ସୁସ୍ଥ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ତେବେ ଦିବ୍ୟ ସାହୁ ଦୀର୍ଘ କୋଡିଏ ବର୍ଷ ଧରି ବିଭିନ୍ନ ରୋଗର ଚି଼ହ୍ନଟ କରି ରୋଗୀଙ୍କୁ ସୁସ୍ଥ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ l