ପିପିଇ କିଟ୍ ପିନ୍ଧି ଲୁଟି ନେଲେ ୧୩ କୋଟି ଟଙ୍କାର ଅଳଙ୍କାର
Khabar Odisha:He-wore-a-PPE-kit-and-looted-Rs-13-crore-worth-of-jewelery
ନୂଆଦିଲ୍ଲୀ, ଜାନୁଆରୀ 21 (ଖବର ଓଡ଼ିଶା):

କରୋନା କାଳ କାହା ପାଇଁ ପୁଷ ମାସ ତ କାହା ପାଇଁ ସର୍ବନାଶ । ଆଞ୍ଜା ହଁ କରୋନା କାଳରେ ପିପିଇ କିଟ୍ ପିନ୍ଧି ଲୁଟି ନେଇଛନ୍ତି ୧୩ କୋଟି ଟଙ୍କାର ଅଳଙ୍କାର । କଥାଟି ହେଉଛି ଦିଲ୍ଲୀର କାଲକାଜି ସ୍ଥିତ ଅଞ୍ଜଳି ଜୁଏଲରର୍ସର । ଜଣେ ଇଲେକ୍ଟ୍ରିସିଆନ୍ ପିପିଇ କିଟ୍ ପିନ୍ଧି ଲୁଟି ନେଇଛନ୍ତି କୋଟି କୋଟି ଟଙ୍କାର ଅଳଙ୍କାର । ଯାହାର ପର୍ଦ୍ଦାଫାଶ କରିଛି ଦିଲ୍ଲୀ ପୋଲିସ୍ । ଏବଂ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ମହମ୍ମଦ୍ ଶେଖ୍ ନୁର୍‌ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଅଭିଯୁକ୍ତ ଚାଲାକିରେ ଦୋକାନ ନିକଟରେ ଥିବା ବିଲ୍ଡିଂରେ ଚଢ଼ି ଛାତବାଟେ ଭିତରେ ପ୍ରବେଶ କରିଥିଲେ। ଦୋକାନରୁ ୨୫ କିଲୋଗ୍ରାମ୍ ଅଳଙ୍କାର ବୁଧବାର ପୂର୍ବାହ୍ନ ୧୧ଟାରେ ସେ ଲୁଟ୍ କରିଥିଲେ । ଲୁଟ୍ ପରେ ଅଳଙ୍କାରକୁ ବ୍ୟାଗ୍‌ରେ ଭର୍ତ୍ତି କରି ଅଟୋରେ ବସି ଫେରାର ହୋଇଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସିସିଟିଭି କ୍ୟାମେରାରୁ ଦୋକାନ ଭିତରେ ପିପିଇ କିଟ୍ ପିନ୍ଧିଥିବା ଜଣେ କେହି ବୁଲୁଥିବାର ଜଣାପଡ଼ିଥିଲା। ଏହାପରେ ପୋଲିସ ପକ୍ଷରୁ ତନାଘନା ଆରମ୍ଭ କରାଯାଇଥିଲା।

ଅଭିଯୁକ୍ତ ହୁବଲିର ବାସିନ୍ଦା ବୋଲି ପୋଲିସ କହିଛି। ତେବେ ଅଳଙ୍କାର ଦୋକାନର ଆଗପଛରେ ୫ ଜଣ ସୁରକ୍ଷାକର୍ମୀ ଥିଲେ। ଦୋକାନ ଭିତରେ ତଥା ବାହାରେ ସିସିଟିଭି କ୍ୟାମେରା ମଧ୍ୟ ରହିଛି। ତେବେ ଏହିପରି କଡ଼ା ସୁରକ୍ଷା ଭିତରେ ଅଭିଯୁକ୍ତ କିପରି ଏପରି କାମ କରିପାରିଲା ଏନେଇ ଅଧିକ ତଦନ୍ତ ଜାରି ରହିଛି।

  • Tags:

Subscribe

National International State Sports Entertainment