ଭୁବନେଶ୍ୱର : ପୁଣି ବଢ଼ିଲା ସୁନା ଦର। କିଛି ଦିନର ଆଶ୍ୱସ୍ତି ପରେ ପୁଣି ଚିନ୍ତା ବଢ଼ାଇଲାଣି ସୁନା। ଗତକାଲି ଏହା ୯୫,୭୩୦ ଟଙ୍କା ରହିଥିବା ବେଳେ ଆଜି ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୮,୪୬୦ ଟଙ୍କା ରହିଛି। ତେବେ ଦିନକରେ ସୁନା ୨,୭୩୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୦,୨୫୦ ଟଙ୍କା ,୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୩, ୮୪୦ ଟଙ୍କା ବୃଦ୍ଧି ପାଇଛି। ତେବେ ସୁନା ଦର ଆକାଶଛୁଆଁ ହେଉଥିବା ବେଳେ ମାତ୍ର ରୁପା ଦାମ୍ରେ ସାମାନ୍ୟ ହ୍ରାସ ହୋଇଛି। ୧୦୦ ଗ୍ରାମ୍ ରୁପା ଦାମ୍ ୧୦,୭୯୦ ଟଙ୍କା ରହିଛି। ତେବେ ସୁନା ଦର ପୁଣି ବଢିଥିବା ହେତୁ ବର୍ତ୍ତମାନ ସୁନାକୁ ଛୁଇଁବାକୁ ସମସ୍ତେ ଡରୁଥିବା ଗ୍ରାହକ ମାନେ କହିଛନ୍ତି।