ଦେବୀ ନଦୀକୁ ଗାଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡି ଛାତ୍ର ନିଖୋଜ
Khabar Odisha:Going-to-bathe-in-the-Devi-River-was-time-and-the-student-was-drowned
ଭୁବନେଶ୍ୱର, ଜୁନ ୨୨(ଖବର ଓଡିଶା):

ଦେବୀ ନଦୀକୁ ଗାଧୋଇବାକୁ ଯିବା ହେଲା କାଳ । ଗାଧୋଇବାକୁ ଯାଇ ଜଣେ ଦଶମ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି । ସୋମବାର ଛାତ୍ର ଜଣକ ନଦୀକୁ ଗାଧୋଇବାକୁ ଯାଇଥିଲେ ହେଲେ ଆଉ ଘରକୁ ଫେରିନଥିଲେ । ଏଭଳି ଅଘଟଣ ଘଟିଛି ନିଆଳି ସଡାଂଶ ପଞ୍ଚାୟତ ପାଟେଳି ଗାଁରେ। 

ମାତ୍ର ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ବି ପତ୍ତା ମିଳିନଥିଲା । ହେଲେ ମଙ୍ଗଳବାର ଦିନ ସକାଳୁ ନଦୀ ପଠାରୁ ଗାଁ ଲୋକେ ଛାତ୍ରର ସାର୍ଟ, ଚପଲ ପଡିଥିବା ଦେଖିବାକୁ ପାଇଥିଲେ । 

ସେପଟେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି । ତେବେ ନିଖୋଜ ଛାତ୍ରର ନାମ ହେଉଛି ଶୁଭମ । ଶୁଭମ ଚଳିତ ବର୍ଷ ଦଶମ ପରୀକ୍ଷା ଦେଇଥିବା ଜଣାପଡିଛି ।

  • Tags:

Subscribe

National International State Sports Entertainment