ପୁରୀ; ପଶ୍ଚିମ ବଙ୍ଗ ଦିଘା ଜଗନ୍ନାଥ ଧାମ ନାମ କରଣ କୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଗଜପତି ମହାରାଜ l ଆଜି ଶ୍ରୀ ମନ୍ଦିର କାର୍ଯ୍ୟାଳୟ ରେ ଗଜପତି ଙ୍କ ଅଧକ୍ଷତା ରେ ବସିଥିଲା ଉଚ୍ଚସ୍ତରୀୟ ପ୍ରଶାନିକ ବୈଠକ l ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରତିକ୍ରିୟା ରଖିଛନ୍ତି l ବର୍ତମାନ ସୁଦ୍ଧା ଶ୍ରୀ ନୂତନ ମନ୍ଦିର ପରିଚାଳନା କମିଟି ଗଠନ ହୋଇନଥିବା ଯୋଗୁ ସ୍ଥାୟୀ ସଭାପତି ଗଜପତି ମହାରାଜା ଙ୍କ ଅଧକ୍ଷତା ରେ ବୈଠକ ଅନୁଷ୍ଠିତ ହୋଇଥିଲା l ମହାପ୍ରଭୁଙ୍କର ଆଗାମୀ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ାଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟ କୁ ମୋହର ମାରିଲା ପରିଚାଳନା କମିଟି। ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଜପତି। ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମକରଣ କରିବା ଜଗନ୍ନାଥ ସଂସ୍କୃତି ବିରୋଧ ହୋଇଥିବା ବେଳେ ଜଗନ୍ନାଥ ଧାମ କହିଲେ କେବଳ ପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର, ପୁରୀକୁ ବୁଝାଏ।
ଦୀଘା ଜଗନ୍ନାଥ ମନ୍ଦିରର ଏଭଳି ନାମକରଣକୁ ନେଇ ଆମେ ଆଶ୍ଚର୍ଯ୍ୟ। ବିଶ୍ବରେ ଅନେକ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଛି। କିନ୍ତୁ ଏଭଳି ନାମକରଣ କେହି କରିନାହାନ୍ତି। କେବଳ ଶ୍ରୀକ୍ଷେତ୍ର ପୁରୀ ହେଉଛି ଜଗନ୍ନାଥ ଧାମ ବୋଲି ପୂର୍ବରୁ ମୁଁ ଏବଂ ଜଗତଗୁରୁ ମତପ୍ରକାଶ କରିଛୁ। ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶରେ ହିଁ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମକରଣ କରାଯାଇଛି। ଶ୍ରୀଜଗନ୍ନାଥ ଧାମ ଶବ୍ଦ ଯେଭଳି ଦୀଘା ମନ୍ଦିରରୁ ତୁରନ୍ତ ହଟିବ ସେନେଇ ରାଜ୍ୟ ସରକାର ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି। ଏନେଇ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକତା ରହିଛି। ଇସ୍କନ ସଂସ୍ଥା ଦାୟିତ୍ଵ ନେଇଥିଲେ ମଧ୍ୟ ସେମାନେ ଏହାକୁ ବାରଣ କରିନଥିବାରୁ ଏହା ଚିନ୍ତାର ବିଷୟ। ମହାପ୍ରଭୁଙ୍କ ପରମ୍ପରାକୁ ବିକୃତ କରିବା, ଉଲ୍ଲଂଘନ କରିବା ଗ୍ରହଣୀୟ ନୁହେଁ।
ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗ। ଭାରତ ଭିତରେ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଇସ୍କନ ରଥଯାତ୍ରା କରୁଛି। ୨ ଡ଼ିସେମ୍ବର ୨୦୨୪ ରେ ଏନେଇ ଇସ୍କନ ମୁଖ୍ୟଙ୍କ ସହିତ ଆଲୋଚନା ହୋଇଛି। ଇସ୍କନର ପଣ୍ଡିତ ମାନେ ସେମାନଙ୍କ ତଥ୍ୟ ରଖିଛନ୍ତି। ଖୁବଶୀଘ୍ର ଇସ୍କନର ମତକୁ ଖଣ୍ଡନ କରି ଶ୍ରୀମନ୍ଦିର ପକ୍ଷରୁ ଇସ୍କନକୁ ତଥ୍ୟ ପ୍ରଦାନ କରାଯିବ। ସମସ୍ତ ତଥ୍ୟ ଇସ୍କନକୁ ଦିଆଯିବା ପରେ ସେମାନେ ଆମ ପରମ୍ପରାକୁ ପାଳନ କରିବେ ବୋଲି ଆଶା କରାଯାଉଛି। ଯଦି ଇସ୍କନ ମୁଖ୍ୟ ଏଥିରୁ ନିବୃତ ନରୁହନ୍ତି ତେବେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ଇସ୍କନ ଏକ ଧାର୍ମିକ ସଂସ୍ଥା। ଏଣୁ କୋର୍ଟ କଚେରୀ ନଯାଇ ଆପୋଷ ବୁଝାମଣା ହୋଇ ଏହାର କିଭଳି ସମାଧାନ ହେବ ସେନେଇ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି ଗଜପତି।
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି l ଚଳିତ ବର୍ଷ ଶୃଙ୍ଖଳିତ ରଥଯାତ୍ରା କରିବା ଲାଗି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ନିଅ ଯାଇଛି ସ୍ୱତନ୍ତ୍ର ନିଷ୍ପତି l ପୂର୍ବ ବର୍ଷ ବିଶୃଙ୍ଖଳା କୁ ରୋକିବା ଲାଗି ଆଜି ର ବୈଠକ ଅନେକ ଗୁରୁତ୍ପୂର୍ଣ୍ଣ ନିଷ୍ପତି ନିଆଯାଇଛି l ଚଳିତବର୍ଷ ର ସ୍ନାନ ଯାତ୍ରା, ରଥଯାତ୍ରା, ବାହୁଡା଼ଯାତ୍ରା ସହିତ ସମସ୍ତ ବ୍ୟଵସ୍ଥାବଳୀକୁ ଆଜି ର ବୈଠକ ରେ ଅନୁମୋଦନ କରାଯାଇଛି। ଠାକୁରଙ୍କ ପହଣ୍ଡି କିଭଳି ଶୃଙ୍ଖଳିତ ହେବ ତା'କୁ ଗୁରୁତ୍ବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵରେ ଥିବା ଅଟାଳିକା ଗୁଡିକର ଏକ ଉଚ୍ଚତା ନିରୂପଣ କରାଯିବ।
ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ତଥା ଧାଡ଼ି ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ର ଭୂସମ୍ପତ୍ତି ସୁରକ୍ଷାକୁ ଗୁରୁତ୍ବ। ଗତବର୍ଷ ବଡ଼ ଠାକୁର ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ସମୟରେ ଘଟିଥିବା ଅଘଟଣର ତଦନ୍ତ ନେଇ ତିନି ଜଣିଆ କମିଟି ଗଠନ ହୋଇଥିଲା। ଏନେଇ ବୈଠକରେ କମିଟି ଆଜି ରିପୋର୍ଟ ପ୍ରଦାନ କରିଛି। ଚଳିତବର୍ଷ ଠାକୁରଙ୍କ ପହଣ୍ଡି ପାଇଁ ଏକ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯିଵା ସହ ତିନି ରଥ ଲାଗି ସ୍ୱତନ୍ତ୍ର ପହଣ୍ଡି ଦଳ ରହିବେ । ସ୍ନାନ ଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଠାକୁରଙ୍କ ପହଣ୍ଡି କୁ ଗୁରୁତ୍ବ ଦିଆଯିବ। ଚଳିତ ବର୍ଷ ଘୋଷଯାତ୍ରାରେ ଯଦି କୌଣସି ଅଣ ସେବାୟତ ରଥ ଉପରେ ଚଢିଲେ ସେନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରଥ ଉପରେ ମୋବାଇଲ୍ ଫୋନ୍ ବ୍ୟବହାର କରାଗଲେ ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରଥଯାତ୍ରା କୁ ଶୃଙ୍ଖଳିତ କରିବା ଲାଗି ଆଜି ର ବୈଠକ ରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା l ଶ୍ରୀ ମନ୍ଦିର ନାଟ ମଣ୍ଡପ ରେ ଧାଡି ଦର୍ଶନ ଲାଗି ଆଲୋଚନା ହୋଇଥିବା ବେଳେ ନାଟ ମଣ୍ଡପ ରୁ ହୁଣ୍ଡୀ ସ୍ଥାନାନ୍ତରଣ କାର୍ଯ୍ୟ ଆଇନ ଅନୁଯାଇ କରାଯିଵା ନେଇ ଆଲୋଚନା ହୋଇଥିଲା l