ଆସନ୍ତା ଏପ୍ରିଲ ୨ରୁ ଛାତ୍ରଛାତ୍ରୀମାନଙ୍କର ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ । ଏଥିପାଇଁ ଓସେପା ପକ୍ଷରୁ ସମସ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି । ଛାତ୍ରଛାତ୍ରୀମାନଙ୍କର ବାର୍ଷିକ ପରୀକ୍ଷା ଶେଷ ହୋଇଥିବାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ପାଇଁ ଓସେପା ପକ୍ଷରୁ ଘୋଷଣା କରାଯାଇଛି । ଚଳିତ ବର୍ଷ ପାଠପଢା ଆରମ୍ଭ କରିବା ପାଇଁ ଥିବା ନୂତନ ଛାତ୍ରଛାତ୍ରୀମାନଙ୍କର ବୟସ ସୀମାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବା ପାଇଁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନୂଆ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ମାଗଣା ପାଠ୍ୟପୁସ୍ତକ ଦିଆଯିବା ପାଇଁ ମଧ୍ୟ କୁହାଯାଇଛି ।
ଆଗକୁ ପଢ଼ନ୍ତୁ : ବାଲିକୁଦାରେ ସିଂହାସନ ଖାଲିକର ସମାବେଶ ଅନୁଷ୍ଠିତ