ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଅସୁସ୍ଥ । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ,ପୂର୍ବତନ ପୁରୀ ବିଧାୟକ ମହେଶ୍ବର ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି।ଏବେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେରେ ତାଙ୍କ ଚିକିତ୍ସା ଚାଲିଛି । ଶ୍ରୀ ମହାନ୍ତି ଗତ ୩୧ ତାରିଖ ଦିନ ଅସୁସ୍ଥ ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଶ୍ରୀମହାନ୍ତିଙ୍କର ମାଇଲଡ୍ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିବାର ଜଣାପଡିଛି । ଦୁଇଦିନ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଏବେ ତାଙ୍କୁ ଭେଣ୍ଟିଲେଟରରୁ ଆଇସିୟୁକୁ ଅଣାଯାଇଛି । ୧୯୩୯ ମସିହା ଡିସେମ୍ବର ୩୧ ତାରିଖରେ ମହେଶ୍ୱର ମହାନ୍ତି କଟକ ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ଓଷକଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ୧୯୫୮ ମସିହାରେ ସେ ବାଲିକୁଦା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍ ପାସ କରିଥିଲେ । ପରେ ରେଭେନ୍ସା ମହାବିଦ୍ୟାଳୟରୁ ଆଇ.ଏ , ସ୍ନାତକ ଏବଂ ସ୍ନାତକୋତ୍ତର ପାସ୍ କରିଥିଲେ । ୧୯୬୫ ମସିହାରେ ତାଙ୍କ ରଚିତ ଶିଶୁ ସାହିତ୍ୟ ପୁସ୍ତକ ‘ବେଲୁନ୍ ଗଲା ଉଡ଼ି’ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଶ୍ରୀମହାନ୍ତିଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ବାଲ୍ ସାହିତ୍ୟ ପୁରସ୍କାର ୨୦୧୧ ମସିହାରେ ପ୍ରଦାନ କରାଯାଇଥିଲା ।
ଆଗକୁ ପଢନ୍ତୁ :- ଟଙ୍କା ବଦଳେଇବା ପାଇଁ ଲାଗିଛି ଭିଡ଼