ଭୁବନେଶ୍ୱର: ଶନିବାର ରାଜଧାନୀ ଭୁବନେଶ୍ୱରର ବଡଗଡ଼ ସ୍ଥିତ କପଡା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ପ୍ରଭାବରେ ଗୋଦାମରେ ଥିବା କପଡା ଜଳି ପୋଡି ନଷ୍ଟ ହୋଇଯାଇଛି । ନିଆଁର ଧୂଆଁରେ ଘର ଧୂଆଁମୟ ହୋଇଯାଇଥିଲା । ଏନେଇ ଅଗ୍ନିଶମ ବାହିନୀ ଖବର ପାଇ, ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ସୂଚନା ଅନୁସାରେ, ମାର୍କେଟ ବିଲ୍ଡିଂରେ ମାଲିକଙ୍କ ଦୋକାନ ଥିବା ବେଳେ ବଡଗଡ଼ ଅଞ୍ଚଳରେ ଗୋଦାମ ଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ, କୌଣସି କାରଣରୁ ଗୋଦାମରେ ନିଆଁ ଲାଗିଯାଇଥିଲା । ଯାହା ଭୟାବହ ଅଗ୍ନିକାଣ୍ଡରେ ପରିଣତ ହୋଇଥିଲା । ସେଠାରେ ଥିବା ସ୍ଥାନୀୟ ଲୋକ ନିଆଁ ଲାଗିଥିବାର ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ବହୁ ଚେଷ୍ଟା ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳକୁ ଗୋଦାମରେ ଥିବା କପଡା ଜଳି ପୋଡି ନଷ୍ଟ ହୋଇଯାଇଛି । ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଥିଲେ ମଧ୍ୟ ତାହା ସ୍ପଷ୍ଟ ହୋଇନାହିଁ ।