ଭୁବନେଶ୍ୱର: ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ଯାହା ଜନଜୀବନକୁ ପୂରାପୂରି ଅସ୍ତବ୍ୟସ୍ତ କରିଦେଇଛି। ସୂର୍ଯ୍ୟଙ୍କ ତୀବ୍ର ତାତିରେ ସିଝୁଛି ସାରା ରାଜ୍ୟ ଏବଂ ବିଶେଷକରି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଚାଲିଛି। ଖରାକୁ ଦୃଶୀରେ ରଖି ଅନେକ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପ୍ରଶାସନ। ଏହାରି ମଧ୍ୟରେ ସ୍କୁଲ ଛୁଟି ନେଇ ଆଜି ଆସିପାରେ ଏକ ବଡ଼ ନିଷ୍ପତି।
ସୂଚନା ଅନୁଯାୟୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ Special Relief Commissioner (SRC)ଙ୍କ ସହ ଆଜି ଏନେଇ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ଗ୍ରୀଷ୍ମ ପ୍ରବାହର ତୀବ୍ରତା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ସ୍କୁଲ ଛୁଟି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ପୂର୍ବରୁ ରାଜ୍ୟର ୧୮ରୁ ଅଧିକ ଜିଲ୍ଲାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସାମୟିକ ଭାବେ ସ୍କୁଲ ଛୁଟି ଘୋଷଣା କରାଯାଇସାରିଛି। ତଥାପି, ସମଗ୍ର ରାଜ୍ୟ ପାଇଁ ଏକ ସଂଯୁକ୍ତ ନିଷ୍ପତ୍ତିକୁ ଅଭିଭାବକ ଓ ଛାତ୍ରଛାତ୍ରୀ ଅତ୍ୟନ୍ତ ଅପେକ୍ଷା କରୁଛନ୍ତି। କାରଣ ତାତି ମଧ୍ୟରେ ଏହି ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ପାଇଁ ଆଶ୍ଵସ୍ତି ଆଣିବ କି, ସମସ୍ତଙ୍କ ଦୃଷ୍ଟି ଏବେ ସରକାରଙ୍କ ଉପରେ।
ଅଧିକ ପଢନ୍ତୁ: ଅସହ୍ୟ ତାତିରେ ସନ୍ତୁଳି ହେଉଛି ଜନଜୀବନ; ଦିନ ୧ଟା ୩୦ ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ଭୁବନେଶ୍ୱରର ପାରଦ