କେନ୍ଦୁଝର ବାଲିବନ୍ଧ ଅଞ୍ଚଳରେ ହାତୀ ଆତଙ୍କ Khabar Odisha : 12/02/2024 Share story: ବଢି ବଢି ଚାଲିଛି ହାତୀ ଆତଙ୍କ । ହାତୀପଲଙ୍କ ଉପଦ୍ରଵ ପାଇଁ ସାଧାରଣ ଜନତାକୁ ଅନେକ ଅସୁବିଧାର ଅମ୍ମୁଖୀନ ହେବାକୁ ପଡୁଛି । ଜୀବନ ଯିବା ସହ ଅନେକ ଧନ ସମ୍ପତିର କ୍ଷୟ ସହିବାକୁ ପଡୁଛନ୍ତି । ସୂଚନା ଅନୁଯାୟୀ, କେନ୍ଦୁଝର ବନଖଣ୍ଡ ବାଲିବନ୍ଧ ସେକ୍ସନ ଅଞ୍ଚଳରେ ୧୭ ଟିକିଆ ହାତୀପଲକୁ ଦେଖା ଯାଇଛି । ହାତୀଙ୍କ ଉତ୍ପାତ ଏତେ ବଢିଯାଇଛି ଯେ ଲୋକେ ଭୟଭୀତ ହୋଇ ପଡିଛନ୍ତି । ହାତୀମାନେ ବିଳମ୍ବିତ ରାତିରେ ସଦର ରେଞ୍ଜରୁ ଆସି ବାଲିବନ୍ଧ ସେକ୍ସନରେ ପ୍ରବେଶ କରି କଳିଙ୍ଗା ଗ୍ରାମର ଚାକଦର ସାହିରେ ୯ଟି ଘର ଭାଙ୍ଗି ନଷ୍ଟ କରି ଦେଇଥିଲେ । ସେହି ଗ୍ରାମରେ ରହୁଥିବା ଗ୍ରାମର ବୈକୁଣ୍ଠ ମହାନ୍ତ , ଯଦୁମଣି ନାଏକ, ଦୁର୍ଯ୍ୟୋଧନ ନାଏକ, ଗୁଣନିଧି ନାଏକ, ରଜନୀ ମହାନ୍ତ, ଲୋକନାଥ ମହାନ୍ତ, ଆଳତି ମହାନ୍ତ, ସୁଷମା ମହାନ୍ତ, ସୈରେନ୍ଦ୍ରୀ ନାଏକଙ୍କ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଦେଇଛନ୍ତି । ପରେ ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଁଚି କ୍ଷୟକ୍ଷତି ଆକଳନ କରିବା ସହ ହାତୀପଲଙ୍କୁ ରୋକିବା ପାଇଁ ତାଙ୍କ ଗତିବିଧି ଉପରେ ନଜର ରଖିଛନ୍ତି । Elephant terror Keonjhar Ayesha Debnath, Author, 12/02/2024