ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରାଧ୍ୟକ୍ଷାଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ କୁ ନେଇ ଆଜି ଭୋଟିଂ ପ୍ରକ୍ରିୟା ଶେଷ ହୋଇଛି l ସମସ୍ତ ୨୩ଜଣ କାଉନସିଲରଙ୍କ ସହିତ ପୌରାଧ୍ୟକ୍ଷା ଯାଜ୍ଞସେନୀ ଓରାମ କାଉନସିଲର ବୁଥରେ ଉପସ୍ଥିତ ଥିଲେ । ରିଟର୍ନିଙ୍ଗ ଅଫିସର ସଞ୍ଜୀବ ପଟେଲ ଙ୍କ ଅଧ୍ୟକ୍ଷତା ରେ ଚାଲିଥିଲା ଭୋଟିଂ ପ୍ରକ୍ରିୟା । ୧୧ଟା ରୁ ଆରମ୍ଭ ହୋଇଥିଲା ଭୋଟ । କୌଣସି ଅପ୍ରିତିକର ପରିସ୍ଥିତି ନ ଉପୁଯିବ ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା l ୨୨ଜଣ କାଉନସିଲର ପୌରାଧ୍ୟକ୍ଷାଙ୍କ ବିରୁଦ୍ଧରେ ଆଣିଥିଲେ ଅନାସ୍ଥା।
ସୂଚନା ଥାଉ କି ପୌରାଧ୍ୟକ୍ଷା ଯାଜ୍ଞସେନୀ ଓରାମ ଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପରେ ପୌରାଧ୍ୟକ୍ଷା ଏହି ଅନାସ୍ଥା ଉପରେ ରହିତାଦେଶ ପାଇଁ ହାଇକୋର୍ଟ ର ଦ୍ୱାରସ୍ଥ ହୋଇଥିଲେ । ତେବେ ଜାନୁଆରୀ ୧୫ ତାରିଖରେ ଭୋଟିଙ୍ଗ ହୋଇଛି କିନ୍ତୁ ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃଆରୀ ୫ ପର୍ଯ୍ୟନ୍ତ ଫଳାଫଳକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।