କଟକ :-ଡିଜି ଲକର ବ୍ୟବସ୍ତା ଆରମ୍ଭ କରିଲା ମାଧ୍ୟମିକ ଶିକ୍ଷା ପରିଷଦ।ବୋର୍ଡ ରୁ ପରୀକ୍ଷା କେନ୍ଦ୍ରକୁ ସୁରକ୍ଷିତ ପ୍ରଶ୍ନପତ୍ର ପଠାଇବା ପାଇଁ ବ୍ୟବହାର ହେବ ଡିଜି ଲକର । ଓଡିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା ପ୍ରଶ୍ନପତ୍ରରେ ବ୍ୟବହାର ହେବ ଡିଜି ଲକର ।183 ଟି ପରୀକ୍ଷା କେନ୍ଦ୍ର କୁ ଯିବାକୁ ଥିବା ପ୍ରଶ୍ନ ପତ୍ର ବାକ୍ସ ରେ ଲାଗିବ ଏହି ଡିଜି ଲକର ।ଆସନ୍ତା ୧୭ ତାରିଖରେ ହେବାକୁ ଥିବା ଓଡିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ପ୍ରଥମ ଥର ପାଇଁ ବ୍ୟବହାର କରାଯିବ ।ଆଗାମୀ ଦିନରେ ଏହି ଡିଜି ଲକର କୁ ମାଟ୍ରିକ ବୋର୍ଡ ପରୀକ୍ଷାରେ ବ୍ୟବହାର କରାଯିବା ବ୍ୟବସ୍ଥା କରାଯିବ।