ଆଜି ମୟୂରଭଞ୍ଜ ଜିଲ୍ଲା କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଉଦ୍ଘାଟନ କରିଛନ୍ତି I ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ପିଲାଦିନେ ତାଙ୍କ ଘର ନିକଟରେ କୌଣସି ବିଦ୍ୟାଳୟ ନଥ୍ଲା ତେଣୁ ପାଠ ପଢ଼ିବା ପାଇଁ ତାଙ୍କୁ ଘରୁ ଦୂରକୁ ଯିବାକୁ ପଡ଼ିଥିଲା I ସେ ଆହୁରି କହିଥିଲେ ଯେ, ଘର ପାଖରେ ବିଦ୍ୟାଳୟ ନଥିବାରୁ ସେହି ସମୟରେ ଅନେକ ପିଲା ପାଠପଢ଼ାରୁ ବଞ୍ଚିତ ହୋଇଥିଲେ, ଏହି ସମସ୍ୟା ଆଜି ଦେଖିବାକୁ ମିଳୁନାହିଁ । ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଖୋଲିବା ଦ୍ୱାରା ସ୍ଥାନୀୟ ପିଲାମାନେ ଏବେ ଶିକ୍ଷାର ଅଧିକ ସୁଯୋଗ ପାଇବେ ବୋଲି ସେ ବିଶ୍ୱାସ କରିଛନ୍ତି ।
ରାଷ୍ଟ୍ରପତି ଉଦବୋଧନ ଦେଇ କହିଛନ୍ତି ଯେ ଶିକ୍ଷା ହେଉଛି ଆର୍ଥିକ ଓ ସାମାଜିକ କଲ୍ୟାଣର ଚାବିକାଠି । ସେ ଅଭିଭାବକମାନଙ୍କୁ ନିଜ ପିଲାମାନଙ୍କୁ ପାଠ ପଢ଼ାଇବାକୁ ପରାମର୍ଶ ଦେଇଥିଲେ I ପିଲାମାନଙ୍କୁ ସମ୍ବୋଧୂତ କରି ରାଷ୍ଟ୍ରପତି କହିଥିଲେ ଯେ, ସେମାନଙ୍କ ଭଳି ସେ ମଧ୍ୟ ଏକ ସାଧାରଣ ପୃଷ୍ଠଭୂମିରୁ ଆସିଛନ୍ତି । ପାଠପଢ଼ା ଯୋଗୁଁ ସେ ନାଗରିକଙ୍କ ସେବା କରିବାର ସୁଯୋଗ ପାଇଥିଲେ I ଶିକ୍ଷା ସେମାନଙ୍କୁ ସଫଳ କରିପାରିବ ବୋଲି ରାଷ୍ଟ୍ରପତି କହିଥିଲେ I ଜଣେ ଶିକ୍ଷିତ ବ୍ୟକ୍ତି ଭାବେ ସେମାନେ ନିଜ ବିକାଶ ସହିତ ଦେଶ ଓ ସମାଜର ପ୍ରଗତିରେ ଯୋଗଦାନ ଦେଇପାରିବେ I ଆଦିବାସୀ ଅଧୁଷିତ ଅଞ୍ଚଳରେ ରେଳ, ଜାତୀୟ ରାଜପଥ, ଶିକ୍ଷା, ସ୍ଵାସ୍ଥ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋ ଯୋଗାଇଦେବା ପାଇଁ ଭାରତ ସରକାର ବିଭିନ୍ନ ମନ୍ତ୍ରଣାଳୟ ଜରିଆରେ ବହୁମୁଖୀ ଯୋଜନା ଆରମ୍ଭ କରିଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି । ଆଦିବାସୀ ପିଲାଙ୍କ ଶିକ୍ଷା ପାଇଁ ସମଗ୍ର ଦେଶରେ ୭୦୦ରୁ ଅଧିକ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଥିବାରୁ ସେ ଆନନ୍ଦିତ ହୋଇଥିଲେ I ଏହି ବିଦ୍ୟାଳୟଗୁଡ଼ିକରେ ସମଗ୍ର ଭାରତରେ ୩.୫ ଲକ୍ଷରୁ ଅଧିକ ଆଦିବାସୀ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇବା ସହିତ ସମାଜ ଏବଂ ରାଷ୍ଟ୍ରର ବିକାଶରେ ଯୋଗଦାନ କରିବାକୁ ସକ୍ଷମ ହେବେ I
ଅଧିକ ପଢନ୍ତୁ :- ରାଷ୍ଟ୍ରପତିଙ୍କ ମଧ୍ୟାହ୍ନ ଭୋଜନ...