ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଠାରୁ 2 ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ତାଙ୍କ ସ୍ୱାଗତ ପାଇଁ ବେଶ ଜୋରଶୋର ରେ ପ୍ରସ୍ତୁତି କରାଯାଇଛି । ଏହି ଗସ୍ତରେ ମହାମହିମଙ୍କ ଏକାଧିକ କାର୍ଯ୍ୟକ୍ରମ ରହିଛି । ବାରିପଦା ସର୍କିଟ୍ ହାଉସରେ ବିଶ୍ରାମ ନେବା ପରେ ଅପରାହ୍ନ ୨ଟା୩୫ରେ କୁଳିଅଣାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଲୋକର୍ପଣ କରିବେ । ଏହାସହ ବାରିପଦା ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ମଧ୍ୟାହ୍ନ ଭୋଜନରେ ମୁଗେଇ ଚାଉଳ ଭାତ ସାଙ୍ଗକୁ ହରଡ ଡାଲି, ବଥୁଆ ଶାଗ ଏବଂ ପରିବା ସିଝା ଖାଇବେ । ଏହାସହ ବାଜରା ରୋଟି, ଜହ୍ନି ତରକାରୀ, ଗ୍ରୀନ ସାଲାଡ୍, ପାମ୍ପଡ ଖାଇବେ । ଏହାସହ ଡିଜର୍ଟ ରେ ରସମଲେଇ, ମିଠା ଦହି ର ସ୍ୱାଦ ନେବେ ମହାମହିମ ।