ଗତ ଶନିବାର ଦିନ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ମୁରିବାହାଲ ବ୍ଲକ ବାଙ୍କେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏକ ଅଭାବନୀୟ ଘଟଣା । ସୂଚନା ଅନୁସାରେ, ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ମଦ ପିଇ ପିଟିଛନ୍ତି ଗାଁର ଜଣେ ମଦ୍ୟପ ଯୁବକ ସୁରେନ କୁମ୍ଭାର । ପ୍ରତିଦିନ ଭଳି ଶନିବାର ଦିନ ଛାତ୍ର ଛାତ୍ରୀ ମାନେ ସ୍କୁଲକୁ ପାଠ ପଢିବା ପାଇଁ ଯାଇଥିଲେ । ସେହି ଗ୍ରାମର ସୁରେନ କୁମ୍ଭାର ନାମକ ଜଣେ ଯୁବକ ମଦ୍ୟପାନ କରି ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ଆସି ପିଟିବା ଆରମ୍ଭ କରିଥିଲା । ଏହି ଘଟଣାରେ ସ୍କୁଲର ୬ ଜଣ ଛାତ୍ର ଗୁରୁତର ହୋଇଥିଲେ । ସମସ୍ତ ଗୁରୁତର ଛାତ୍ରଙ୍କୁ ସରକାରୀ ଡାକ୍ତରଖାନାକୁ ଆଣି ଚିକିତ୍ସା କରାଯାଇଥିଲା । ପରେ ସେହି ଯୁବକଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣା ପଡ଼ିଛି । କେଉଁ କାରଣରୁ ମଦ୍ୟପ ଯୁବକ ଛାତ୍ରମାନଙ୍କୁ ପିଟିଲା ତାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଏହି ଘଟଣା ପରେ ମଦ୍ୟପ ସୁରେନ୍ କୁମ୍ଭାର ଫେରାର ହୋଇଯାଇଥିବା ସୂଚନା ମିଳିଛି ।
ଆଗକୁ ପଢ଼ନ୍ତୁ : ବାଇକ୍ ଓ ସ୍କୁଟି ମଧ୍ୟରେ ଧକ୍କା : ୩ ମୃତ