ଆଜି ହେଉଛି ବୁଧବାର । ବୁଧବାରଦିନ ପ୍ରଭୁ ଶ୍ରୀ ଗଣେଶଙ୍କୁ ଆରାଧନା କରିବା ଦ୍ୱାରା ପାଠପଢାରେ ମନ ଲାଗିଥାଏ । ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀତିଥିରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କୁ ଆରାଧନା କରାଯାଏ । ଆଉ କୁହାଯାଏ ଯେ, ଏହି ଦିନରେ ପ୍ରଭୁ ଶ୍ରୀ ଗଣେଶଙ୍କୁ ଆରାଧନା କଲେ ବିଦ୍ୟା ଓ ବୁଦ୍ଧି ମିଳିଥାଏ । ସେଥିପାଇଁ ସବୁ ଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରଭୁ ଶ୍ରୀ ଗଣେଶଙ୍କର ପୂଜାକୁ ଗୋଟେ ଉତ୍ସବ ଭଳି ପାଳିଥାନ୍ତି । ପ୍ରଭୁ ଶ୍ରୀ ଗଣେଶଙ୍କୁ ବିଘ୍ନହର୍ତ୍ତା ମଧ୍ୟ କୁହାଯାଇଥାଏ । ସବୁ ପୂଜାର ଆରମ୍ଭରେ ପ୍ରଥମେ ଶ୍ରୀ ଗଣେଶଙ୍କୁ ଆବାହନ କରାଯାଇଥାଏ । ଗୃହର ମୁଖ୍ୟ ଦ୍ଵାରର ବାମ ପାର୍ଶ୍ଵରେ କଳସ ରଖିଲେ ଗୃହ ଉପରେ ଥିବା କୁପ୍ରଭାବ ନଷ୍ଟ ହୋଇଥାଏ । ଆମେ ଯଦି ଘରୁ କୌଣସି ଶୁଭ କାର୍ଯ୍ୟ ପାଇଁ ବାହାରିଥାଉ ତେବେ କୁହନ୍ତି, ପ୍ରଭୁ ଶ୍ରୀ ଗଣେଶଙ୍କର ନାମ ସ୍ମରଣ କରିଲେ ଆସୁଥିବା ବିପଦ ଖଣ୍ଡନ ହୋଇଯାଇଥାଏ । ପ୍ରଭୁ ଶ୍ରୀ ଗଣେଶଙ୍କୁ ସ୍ମରଣ କଲେ ସବୁ ସଙ୍କଟ ଦୂର ହେବା ସହିତ ମନକୁ ଶାନ୍ତି ମଧ୍ୟ ମିଳିଥାଏ । ଶ୍ରୀ ଗଣେଶ ହେଉଛନ୍ତି ବିଦ୍ୟାବୁଦ୍ଧିର ଭଣ୍ଡାର । ଆଜିକାଲି ପିଲାମାନଙ୍କର ମନ ପାଠପଢାରେ କମ ମୋବଇଲରେ ଅଧିକା ଲାଗିଥାଏ । ଯେଉଁଥି ପାଇଁ ମଧ୍ୟ ବାପା ମା ସବୁବେଳେ ପିଲା ଉପରେ ଚିଡି ଚିଡି ହେବା ସହିତ ପିଲାଙ୍କ ଉପରେ ରାଗି ମଧ୍ୟ ଥାନ୍ତି । କିନ୍ତୁ ପିଲାମାନେ ନା ବାପା ମାଙ୍କ କଥା ଶୁଣନ୍ତି ନା ମୋବଇଲ ଦେଖିବା ବନ୍ଦ କରନ୍ତି । ବୁଧବାର କ'ଣ କଲେ ପିଲାମାନଙ୍କର ମନ ପାଠପଢାରେ ଲାଗିବ । ଜଣାନ୍ତୁ ସେହି ଉପାୟ ।
ଉପାୟ ଗୁଡିକ ହେଲା -
୧ - ଯେଉଁ ପିଲାମାନଙ୍କର ପାଠପଢ଼ାରେ ମନ ଲାଗୁନି ତେବେ ସେମାନେ ଏହି ଉପାୟ କରିପାରିବେ । ଉପାୟ ହେଲା ବୁଧବାର ଦିନ ୧୧ ବା ୨୧ ମୁଗରେ ପ୍ରସ୍ତୁତ ଲଡୁକୁ ପ୍ରଭୁ ଶ୍ରୀ ଗଣେଶଙ୍କ ପାଖରେ ଭୋଗ ଲଗାନ୍ତୁ । କୁହାଯାଏ ଯେ, ଏମିତି କାର୍ଯ୍ୟ କରିବା ଦ୍ୱାରା ଏକାଗ୍ରତା ବୃଦ୍ଧି ହେବା ସହିତ ପିଲାଙ୍କର ପାଠ ପଢାରେ ମନ ଲାଗିଥାଏ ।
୨ - ବୁଧବାର ଶ୍ରଦ୍ଧା ଓ ଭକ୍ତିରେ ଶ୍ରୀ ଗଣେଶଙ୍କୁ ୧୧ଟି ଦୁବ ଅର୍ପଣ କରିବା ଫଳରେ ଶୁଭଫଳ ମିଳିଥାଏ । ଏହି ଉପାୟ କରିବା ଦ୍ୱାରା ପିଲାମାନଙ୍କର ପାଠପଢାରେ ରୁଚି ହୋଇଥାଏ ।
୩ - ଜ୍ୟୋତିଷଶାସ୍ତ୍ର ଅନୁସାରେ ରାହୁ-କେତୁଙ୍କ ଗତିବିଧିରୁ ମଧ୍ୟ ପିଲାମାନଙ୍କର ପାଠପଢା ଉପରେ ପ୍ରଭାବ ପଡିଥାଏ । ସେଥିପାଇଁ ପ୍ରଭୁ ଗଣେଶଙ୍କୁ ପୂଜା କରିବା ଦ୍ୱାରା ରାହୁ-କେତୁଙ୍କ ଅଶୁଭ ପ୍ରଭାବ ଦୂର ହୋଇଥାଏ ।
୪ - ପିଲାମାନେ ଯଦି ପାଠପଢାରେ ଦୁର୍ବଳ ଥିବେ ତେବେ ବୁଧବାର ଗଣେଶଙ୍କ ଚରଣରେ ସିନ୍ଦୁର ଅର୍ପଣ କରିବା ସହିତ ମୋଦକ ଭୋଗ ଲଗାଇଲେ ସୁଫଳ ମିଳିଥାଏ । ଗାଈକୁ ସବୁଜ ଘାସ ଖାଇବାକୁ ଦେବା । ଆଉ ଏହି ସବୁ ଉପାୟ ପିଲାମାନଙ୍କ ଦ୍ୱାରା କରିବା ଫଳରେ ଶୁଭ ଫଳ ମିଳିଥାଏ ।
ଅଧିକ ପଢନ୍ତୁ: ମଙ୍ଗଳବାର ଦିନ କରନ୍ତୁ ଏହି କାମ