ଆଜି ହେଉଛି ମଙ୍ଗଳବାର ଯେଉଁ ବାରକୁ ଶୁଭବାର ମଧ୍ୟ କୁହାଯାଏ । ତେବେ ଏହି ମଙ୍ଗଳବାରରେ ସଙ୍କଟମୋଚନ ହନୁମାନଙ୍କୁ ପୂଜା କରାଯାଏ । ହନୁମାନ ମଙ୍ଗଳବାରଦିନ ଜନ୍ମ ହୋଇଥିବାରୁ ଏହିବାରରେ ହନୁମାନ ପୂଜା ପାଇଥାନ୍ତି । ହନୁମାନ ହେଉଛନ୍ତି ମହାଦେବ ଶିବଙ୍କର ଏକ ଅବତାର ବୋଲି ବିଶ୍ୱାସ କରାଯାଏ । ଏହି ବିଶ୍ୱାସ ଅନୁଯାୟୀ ମଙ୍ଗଳବାର ମଙ୍ଗଳ ଗ୍ରହ ସହ ଜଡିତ ଏବଂ ଏହାକୁ ଭଗବାନ ହନୁମାନଙ୍କ ଦିନ ମଧ୍ୟ କୁହାଯାଏ। ହନୁମାନଙ୍କୁ ଶକ୍ତିର କାରକ ଭାବରେ ବିବେଚନା କରାଯାଏ । ସଙ୍କଟ କିମ୍ବା ଅସୁବିଧା ସମୟରେ ମାନବ ଶକ୍ତି ନଷ୍ଟ ହୋଇଥାଏ ସେହିସମୟରେ ହନୁମାନ ହିଁ ମନୁଷ୍ୟ ମାନଙ୍କୁ ରକ୍ଷା କରିଥାନ୍ତି । ହନୁମାନଙ୍କୁ ସ୍ମରଣ କରିବା ଦ୍ୱାରା ସମସ୍ତ ବିପଦ ଟଳିଯାଇଥାଏ । ଯଦି କୌଣସି ଅସୁବିଧାଜନକ ବ୍ୟକ୍ତି ମଙ୍ଗଳବାର ଦିନ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ କିଛି ବିଶେଷ ପଦକ୍ଷେପ ନିଅନ୍ତି, ତା’ହେଲେ ତାଙ୍କର ସମସ୍ୟାର ସମାଧାନ ହୋଇଯାଏ ଏବଂ ତାଙ୍କ ଭାଗ୍ୟ ମଧ୍ୟ ବଦଳିଯାଏ। ହନୁମାନଙ୍କୁ ପୂଜିବା ଦ୍ୱାରା ଜୀବନରେ ଥିବା ରିଷ୍ଟ ଖଣ୍ଡନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଭଗବାନ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ଉପାୟ...
୧.ମଙ୍ଗଳବାର ସନ୍ଧ୍ୟାରେ ହନୁମାନ ମନ୍ଦିରକୁ ଯାଆନ୍ତୁ ଏବଂ ଗୋଟିଏ ସୋରିଷ ତେଲ ଦୀପ ଏବଂ ଗୋଟିଏ ଶୁଦ୍ଧ ଘିଅ ଦୀପ ଜାଳନ୍ତୁ। ଏହା ପରେ ହନୁମାନ ଚାଳିଶା ପାଠ କରନ୍ତୁ।
୨. ଜୀବନର ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ହନୁମାନ ମନ୍ଦିରକୁ ଯାଇ ରାମ ରାକ୍ଷସ ଷୋସ୍ତ୍ର ପଢ଼ନ୍ତୁ।
୩.ଏହିଦିନରେ ଆମିଷ ଭୋଜନ ନ କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି ।
ଏହା କରିବା ଦ୍ୱାରା ସଙ୍କଟମୋଚନ ହନୁମାନ ପ୍ରସନ୍ନ ହୋଇଥାନ୍ତି ଓ ଜୀବନରେ ଆସୁଥିବା ପ୍ରତିଟି ସଙ୍କଟରୁ ରକ୍ଷା କରିଥାନ୍ତି ।
ମଙ୍ଗଳବାର ଦିନ ହନୁମାନଙ୍କୁ ପୂଜା କରିବା ସହ ମା ତାରିଣୀଙ୍କର ମଧ୍ୟ ପୂଜା କରାଯାଏ । କୁହାଯାଏ କି ମାର ପଣତ କାନି ସନ୍ତାନର ସବୁ ଦୁଃଖ,ବିପଦ ଓ କଷ୍ଟକୁ ଦୂରେଇଦେଇଥାଏ । ମନୁଷ୍ୟରୂପି ମା ତା ନିଜ ସନ୍ତାନକୁ ରକ୍ଷା କରେ କିନ୍ତୁ ମା ତାରିଣୀ ହେଉଛନ୍ତି ସମସ୍ତଙ୍କର ମା । ମାଙ୍କୁ ସ୍ମରଣ କରିବା ଦ୍ୱାରା ସମସ୍ତ ବିପଦ ଟଳିଯାଏ । ତେବେ ମଙ୍ଗଳବାର ଦିନ ମାଙ୍କ ମନ୍ଦିରକୁ ଯାଇ ଦୀପ ଜାଳିଲେ ମା ଡାକ ଶୁଣନ୍ତି ଓ ସମସ୍ତ ବିପରୀତ ମୁହୂର୍ତ୍ତରୁ ରକ୍ଷା କରିବା ସହ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ।
ଅଧିକ ପଢନ୍ତୁ :ଖୁଦୁରୁକୁଣୀ ଓଷା ବେଳେ ଭୟଙ୍କର ବିସ୍ଫୋରଣ; ୩ ଜଣ ଆହତ