ଖୁଦୁରୁକୁଣୀ ଓଷାବେଳେ ତୁମୁଳକାଣ୍ଡ ଘଟିଛି। ଦୁଇଗୋଷ୍ଠୀ ମୁହାଁମୁହିଁ ହେବା ଯୋଗୁ ଗାଁରେ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ଏଭଳି ଏକ ଭୟଙ୍କର ଘଟଣା କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗାଁରେ ଘଟିଛି । ରବିବାର ଦିନ ଓଡିଶାର କଟକ ଜିଲ୍ଲାର ତିଗିରିଆ ପୋଲିସ ସୀମା ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମରେ ଖୁଦୁରୁକୁଣୀ ଓଷା ମହୋତ୍ସବରେ ହୋଇଥିବା ବିସ୍ଫୋରଣରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଖବର ଅନୁଯାୟୀ,ଗତକାଲି ରାତିରେ ଗାଁରେ ଖୁଦୁରୁକୁଣୀ ଓଷା ଚାଲିଥିଲା। ଏହି ସମୟରେ ଗାଁର ଦୁଇ ଯୁବକ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଖୁଦୁରୁକୁନି ଓଷା ପର୍ବ ପାଳନକୁ ନେଇ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ବିଷ୍ଣୁପୁର ଗାଁରେ ତିନି ଗୋଷ୍ଠୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଗୋଷ୍ଠୀ ଅଶୋଧିତ ବୋମା ଫିଙ୍ଗିଥିଲେ। ପରେ ପରିସ୍ଥତି ଉଗ୍ରରୂପ ନେଇଥିଲା | ଆହତଙ୍କୁ ପ୍ରଥମେ ତିଗିରିଆ କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗାଁରେ ଏବେ ବି ଉତ୍ତେଜନା ଲାଗି ରହିଛି। ଆଗକୁ କୌଣସି ଅଘଟଣ ନ ଘଟିବା ନେଇ ଗାଁରେ ପୁଲିସ ଫୋର୍ସ ମୁୟତନ କରାଯାଇଛି। ସେପଟେ ପୁଲିସ ଘଟଣାର ତଦନ୍ତ ଚଳାଇଛି। କମେଣ୍ଟମରାକୁ ନେଇ ଏପରି ଘଟିଥିବା ସନ୍ଦେହ କରାଯାଉଛି।
ଅଧିକ ପଢ଼ନ୍ତୁ : ଚଳନ୍ତା କାରରେ ଲାଗିଗଲା ନିଆଁ