ଉତ୍ତର ଦିଗରୁ ପ୍ରବାହିତ ଥଣ୍ଡା ଓ ଶୁଷ୍କ ପବନ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଏକାଧିକ ଅଞ୍ଚଳରେ ରାତିର ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ତଳକୁ ଖସି ଆସିବା ସହ ଶୀତ ଲହରୀ ଜାରି ରହିଛି।
ପାଣିପାଗ ବିଭାଗ ସଦ୍ଯ ରିପୋର୍ଟ ଅନୁସାରେ ଝାରସୁଗୁଡାରେ ପାରଦ ୧୪. ୨ ଡିଗ୍ରୀ ସେଲସିୟସ ରହିଛି। ନବରଙ୍ଗପୁର ୧୪. ୬°ସେଲସିୟସ , ଦାରିଙ୍ଗବାଡି ୧୫° ସେଲସିୟସ, କୋରାପୁଟ ୧୫°ସେଲସିୟସ , ଭବାନୀପାଟଣା ୧୫. ୫°ସେଲସିୟସ , ରାଉରକେଲା ୧୫. ୭°ସେଲସିୟସ , ବଲାଙ୍ଗୀର ୧୬ ଓ ସୋନପୁର ୧୬. ୨°ସେଲସିୟସ ରହିଛି।
ଅନ୍ୟପଟେ ଉପକୂଳ ଅଞ୍ଚଳରେ ରାତି ତାପମାତ୍ରା ବଢିବା ସହ ଶୀତ କମିଛି, ଅଧିକାଂଶ ସ୍ଥାନରେ ତାପମାତ୍ରା ୨୦ଡ଼ିଗ୍ରୀ ଉପରେ ରେକର୍ଡ କରାଯାଇଛି l
ରାଉରକେଲା ସମେତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ପାଣିପାଗ ଆକଳନ ଅନୁଯାୟୀ, ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ ବିଶେଷ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।