ଯାଜପୁର: ବୈତରଣୀ ନଦୀରେ ବୁଡ଼ି ୨ ପର୍ଯ୍ୟଟକ ଦମ୍ପତିଙ୍କ ମୃତ୍ୟୁ ଘଟିଛି । ଯାଜପୁର ବରାହନାଥ ମନ୍ଦିର ନିକଟ ବୈତରଣୀ ନଦୀରେ ଘଟିଛି ଏହି ଅଘଟଣ। ମୃତକ ହେଲେ ଆନ୍ଧ୍ରପ୍ରଦେଶର ପାଲାମନେର ଅଞ୍ଚଳର ଏମ.ଶ୍ରୀନିବାସ ସୁଲୁ ଓ ଏମ. ଦେବୀ। ଉଭୟ ଆଜି ନଦୀରେ ଗାଧୋଉଥିବାବେଳେ ବୁଡ଼ିଯାଇଥିଲେ। ଅଗ୍ନିଶମବାହିନୀ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। ହେଲେ ସେଠାରେ ଉଭୟଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ଡାକ୍ତର ।
ସୂଚନା ଅନୁସାରେ, ଦମ୍ପତି ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଦଶାଶ୍ୱମେଧ ଘାଟ ନିକଟରେ ଗଢ଼ୁଥିବା ବେଳେ ନଦୀରେ ବୁଡ଼ି ଯାଇଥିଲେ। ଏହା ଦେଖି ତୁରନ୍ତ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ଉଭୟଙ୍କୁ ଉଦ୍ଧାର କରିଥିଲେ।
ପରେ ଗୁରୁତର ଅବସ୍ଥାରେ ଦମ୍ପତିଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଗୋଟିଏ ଦୁର୍ଘଟଣାରେ ଦମ୍ପତିଙ୍କ ଏଭଳି ଅକାଳ ବିୟୋଗ ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଛି। ନଦୀରେ ଗାଧୋଇବା ସମୟରେ ସତର୍କ ରହିବା ସହ ଗଭୀର ଜଳକୁ ନଯିବାକୁ ସାଧାରଣରେ ପରାମର୍ଶ ଦିଆଯାଉଛି।