ଭୁବନେଶ୍ୱର: ବିପର୍ଯ୍ୟୟ ମୁକାବିଲା ପାଇଁ ବିପର୍ଯ୍ୟୟ ଭବନ ନିର୍ମାଣ କରିବେ ସରକାର । ଆସନ୍ତା ୨ ବର୍ଷ ମଧ୍ୟରେ ୨୦୦ କୋଟି ବ୍ୟୟରେ ବିପର୍ଯ୍ୟୟ ଭବନ ନିର୍ମାଣ ହେବ । ଏନେଇ ରାଜସ୍ୱ ମନ୍ତ୍ରୀ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଲୋକସେବା ଭବନ ନିକଟରେ ତିଆରି ହେବ ବିପର୍ଯ୍ୟୟ ଭବନ । ଗୋଟିଏ ଛାତ ତଳେ ଏକାଠି କାମ କରିବେ ଏସଆରସି, ଅଗ୍ନିଶମ ଓ ପାଣିପାଗ ବିଭାଗ । କେନ୍ଦ୍ର ସହଯୋଗରେ ବିପର୍ଯ୍ୟୟ ମୁକାବିଲାର ଅତ୍ୟାଧୁନିକ କୌଶଳ ଅଣାଯିବ ।
ମନ୍ତ୍ରୀ ଆହୁରି କହିଛନ୍ତି ମଲ୍ଟି ଷ୍ଟୋର୍ଡ ଭୂତ୍ତଳ ବିଲ୍ଡିଂ ନିର୍ମାଣ କରାଯିବ । । ସବୁ ବିଭାଗ ନିଜ ଭିତରେ ସହଯୋଗ ରକ୍ଷାକରି କାମ କରିବେ । ସବୁ ଜିଲ୍ଲାକୁ ଏହି ଭବନରୁ ଯେମିତି ଯୋଡ଼ିହେବ ସେ ନେଇ ବ୍ୟବସ୍ଥା କରାଯିବ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇ ବିପର୍ଯ୍ୟୟ ମୁକାବିଲା ପାଇଁ ଆଧୁନିକ ଜ୍ଞାନକୌଶଳର ସାହାଯ୍ୟ ମଗାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।