ଭୁବନେଶ୍ୱର : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ଚିକିତ୍ସା ପରେ ୬ ଛାତ୍ରଛାତ୍ରୀ ସୁସ୍ଥ ଥିବା ମେୟର ସୂଚନା ଦେଇଛନ୍ତି। ଗାନ୍ଧି ଯୁକ୍ତ ୨ କଲେଜ ଓ ହଷ୍ଟେଲର ୪ଟି ସ୍ଥାନର ନମୁନା ପରୀକ୍ଷା ପାଇଁ ପଠାଯାଇଛି । କଲେଜ ପରିସରରେ ସ୍ବାସ୍ଥ୍ୟ ଟିମ୍ ଡେରା ପକାଇଛନ୍ତି।
ସୂଚନାଯୋଗ୍ୟ ଚାରିଦିନ ହେବ ନୀଳାଦ୍ରି ବିହାର ସ୍ଥିତ ୧୩ ନମ୍ବର ୱାର୍ଡରେ ଥିବା ନୀଳାଦ୍ରି ନିବାସରେ ଝାଡାବାନ୍ତି ବ୍ୟାପିଥିଲା । ପ୍ରାୟ ୧୫୦ରୁ ଅଧିକ ରୋଗୀ ଆକ୍ରାନ୍ତ ହୋଇଥିଲେ । ଦୂଷିତ ପାଣିପିଇ ଡାଇରିଆ ବ୍ୟାପୁଥିବା ଆଶଙ୍କା କରାଯାଉଛି । ସ୍ବାସ୍ଥ୍ୟ ବିଭାଗର ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଓଆରଏସ୍ ସହ ଔଷଧ ପ୍ରଦାନ କରୁଛନ୍ତି । ଏପଟେ ପାଣି ସମ୍ପରୁ ଦୂଷିତ ପାଣି ପିଇ ଝାଡାବାନ୍ତି ବ୍ୟାପୁଥିବା ଲୋକେ ଅଭିଯୋଗ କରିଛନ୍ତି । କାହିଁକି ନା ସମ୍ପ ଭିତରୁ କାଦୁଅ, ସିମେଣ୍ଟ, ଅଖା, କାଠ ବାହାରୁଥିବା ଲୋକେ ଅଭିଯୋଗ କରିଛନ୍ତି। ତେବେ ଲୋକଙ୍କ ସ୍ୱାସ୍ଥ୍ୟ ସହ କି ପ୍ରକାରର ଖେଳ ଚାଲିଛି ତାକୁ ନେଇ ପ୍ରଶ୍ନ ଉଠିଛି।