ବଲାଙ୍ଗିର : ପାଣିରେ ବୁଡି ନାବାଳକ ପୁଅ ର ଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ ବୁଡି ଯାଇଥିଲା। ଅନ୍ୟ ୩ ଜଣ ସାଙ୍ଗ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ଯ ନାବାଳକ ପୁଅର ମୃତ ଘଟିଥିଲା । ତୁରନ୍ତ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ବେଳେ ନାବାଳକକୁ ଡାକ୍ତର ମୃତ ଘୋଷଣା କରିଥିଲେ।
ସୂଚନା ଅନୁଯାୟୀ ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଡୁଙ୍ଗୁରିପାଲି ପଂଚାୟତ ସାଉନ୍ତଉପରେ ଗାଁ ନାବାଳକ ଜଣକ ସମ୍ପର୍କୀୟଙ୍କ ବାହା ଘରକୁ ଆସି ଥିଲେ ହେଲେ ଆଜି ଗାଧୋଇବାକୁ ଯାଇ ପାଣିରେ ବୁଡି ନାବାଳକ ପୁଅର ମୃତ୍ଯୁ ଘଟିଛି । ମୃତ ନାବାଳକ ଜଣକ ହେଲେ ବଲାଙ୍ଗୀର ସହର ଆନନ୍ଦ ନଗର ପଡାର ପ୍ରିୟ ଦର୍ଶନ ଜେନା ବୋଲି ଜଣାପଡିଛି।
ପ୍ରିୟ ଦର୍ଶନ ଚଳିତ ବର୍ଷ +୨ ଶେଷ ବର୍ଷ ପରୀକ୍ଷା ଦେଇଥିବା ପରିବାର ଲୋକେ କହିଁଥିବା ବେଳେ ପରିବାରର ଏକମାତ୍ର ପୁଅ ବୋଲି ଜଣାପଡିଛି। ସଇଁତଳା ପୋଲିସ ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।