ଆଉ ଦିନକ ପରେ ପୂଜା ପାଇବେ ମାଆ ସରସ୍ୱତୀ । ସେଥିପାଇଁ ଚଳଚଂଚଳ ସହରଠୁ ଗାଁ । ପୂଜା ପାଇଁ ମାଟି ମୂର୍ତ୍ତିର ଚାହିଦାକୁ ଦେଖି କାରିଗର ମାନେ ମାଟିରେ ସୁନ୍ଦର ସୁନ୍ଦର ମୂର୍ତ୍ତି ଗଢ଼ିଛନ୍ତି ।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଚିତ୍ରକାର ପରିବାର ନିଜ ପରିବାରର ପ୍ରତିପୋଷଣ ନିମନ୍ତେ ମାଆଙ୍କ ମୂର୍ତ୍ତୀ ଗଢ଼ିବା କାମରେ ଲାଗି ପଡିଛନ୍ତି ପୁରା ପରିବାର ବର୍ଗ । ପାରଳାଖେମୁଣ୍ଡିରେ ମୂର୍ତ୍ତିକାରୀଗର ଶ୍ରେଣୀର ପ୍ରାୟ 20ଟି ପରିବାର ରହୁଥିବା ବେଳେ ସେମାନେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଟିରେ ସୁନ୍ଦର ସୁନ୍ଦର ଚମତ୍କାର କାରୁକାର୍ଯ୍ୟ ସହ ବିଭିନ୍ନ ରଙ୍ଗରେ ମା'ଙ୍କ ମୂର୍ତ୍ତି ଗଢିଛନ୍ତି । ମୂର୍ତ୍ତି କାରିଗରଙ୍କ କହିବା କଥା ହେଉଛି କରୋନା ପରଠାରୁ ସ୍କୁଲ କଲେଜ ଗୁଡିକରେ ଆଗଭଳି ମାଙ୍କ ମୂର୍ତ୍ତୀ ପୂଜା ପାଉନାହିଁ ଯାହା ଫଳରେ ମୂର୍ତ୍ତୀର ଚାହିଦା ମଧ୍ୟ କମିଯାଇଛି। ତେଣୁ ସରକାର ଯଦି ସେମାନଙ୍କ ପାଇଁ କିଛି ସାହାର୍ଯ୍ୟ ସହଯୋଗ କରନ୍ତେ ତେବେ ସବୁଦିନ ପାଇଁ ଏହି କୌଳିକ ବୃତ୍ତି ଜୀବିତ ରହିଥାନ୍ତା ।