ଭୁବନେଶ୍ୱର : ରାଜ୍ୟକୁ ପ୍ରବେଶ କରୁଛି ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ। ରାତି ତାପମାତ୍ରା ବୃଦ୍ଧି ସହ ଶୀତର ପ୍ରକୋପ କମିବା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାତିରେ ଶୀତ ଅନୁଭୂତ ହେଉଥିଲେ ମଧ୍ୟ ଦିନରେ ଖରା ପ୍ରକୋପ ବଢୁଛି। ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା କେତେକ ସ୍ଥାନରେ ୧୦ ଡିଗ୍ରୀ ତଳେ ରହିଛି। ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୭.୯ ଏବଂ କଟକରେ ୧୮ ଡିଗ୍ରୀ ରହିଛି।ସେହିପରି ଦିନ ତାପମାତ୍ରା ୪ଟି ସ୍ଥାନରେ ୩୫ ଡିଗ୍ରୀ ଅତିକ୍ରମ କରିଛି। ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୩୫.୬ ଡିଗ୍ରୀ, ରେକର୍ଡ ହୋଇଛି। ତେବେ ଆସନ୍ତା ୨ ଦିନରେ ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଥିବାରୁ ଶୀତ ପ୍ରକୋପ ହ୍ରାସ ପାଇବା ସମ୍ଭାବନା ରହିଛି। ତେଣୁ ରାଜ୍ୟରେ ଉଭୟ ତାତି ଏବଂ ଥଣ୍ଡା ଅନୁଭବ କରୁଛନ୍ତି ରାଜ୍ୟବାସୀ
ଅଧିକ ପଢନ୍ତୁ : ଲକ୍ଷ୍ମୀପୁରରେ ଲଜ୍ଜା : ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର